ସ୍କୁଲ ବହିରେ ଦିଆ ଯାଇଥିଲା ଯୁବତୀଙ୍କ ଶରୀରର ଅଙ୍ଗକୁ ସୁରକ୍ଷା ଦେବାର ଉପଦେଶ, ବିରୋଧ ପରେ ବହି ବଦଳାଇବାକୁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ମାଲେସିଆରେ ଥିବା ଏକ ସ୍କୁଲରେ ପିଲାମାନଙ୍କୁ ପଢ଼ା ଯାଉଥିବା ବହିକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ବହିରେ ଯୁବତୀମାନେ ନିଜ ଶରୀରର ଅଙ୍ଗର ସୁରକ୍ଷା କିପରି କରିବେ ସେ ନେଇ ଲେଖାଥିବା ବେଳେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ପରିସ୍ଥିତି ବିଗିଡ଼ିବାରୁ ମାଲେସିଆ ସରକାର ବହିକୁ ବଦଳାଇବାର ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି । ବିବାଦୀୟ ପୁସ୍ତକରେ ମହିଳାମାନେ ଯୌନ ଶୋଷଣକୁ ରୋକିବା ପାଇଁ କିଭଳି ପୋଷାକ ପିନ୍ଧିବା ଦରକାର ସେ ନେଇ ଲେଖା ଯାଇଥିଲା । ଏହି ଉପଦେଶ ଥିବା ଜାଣି ଲୋକମାନେ ଆକ୍ରୋଶ ପ୍ରକାଶ କରିବା ପରେ ଏବେ ବହିରେ ଥିବା ବିବାଦୀୟ ଉପଦେଶକୁ ବଦଳାଯିବ ବୋଲି ଜଣା ପଡ଼ିଛି ।

TimesLIVE

ସୂଚନା ମୁତାବକ, ପୁସ୍ତକର ଗୋଟିଏ ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ୯ବର୍ଷୀୟ ଜଣେ ଶିଶୁ ପଢ଼ୁଥିବା ପୁସ୍ତକରେ ଚିତ୍ର ସାହାଯ୍ୟ ଅନେକ ବିବାଦୀୟ ଉପଦେଶ ଦିଆ ଯାଇଥିଲା । ଚିତ୍ରରେ ଝିଅର ମାତା-ପିତା ତାକୁ ନିଜ ଶରୀରର ଅଙ୍ଗକୁ ସୁରକ୍ଷା ଦେବା ପାଇଁ କିଭଳି ପୋଷାକ ପିନ୍ଧିବା ଦରକାର ଓ ପୋଷକ ବଦଳାଇବା ସମୟରେ ଘରର କବାଟ ବନ୍ଦ କରିବା ଦରକାର ବୋଲି କହୁଥିବା ଦେଖା ଯାଇଛି । ଏଭଳି ବିବାଦୀୟ କଥା ଲେଖାଥିବା ସାମ୍ନାକୁ ଆସିବା ପରେ ଶିକ୍ଷା ମନ୍ତ୍ରାଳୟ ପୁସ୍ତକରେ ପରିବର୍ତ୍ତନ ଆଣିବାକୁ ଆଦେଶ ଦେଇଛି ।

ସମ୍ବନ୍ଧିତ ଖବର