ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟର:୩ ଜୈଶ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ରମଜାନ୍‌ ଅସ୍ତ୍ରବିରତିର ପରିସମାପ୍ତି ଘଟିବାପରେ ସୁରକ୍ଷାବାହିନୀ ପକ୍ଷରୁ ଅପରେସନ୍‌ ଅଲ୍‌ ଆଉଟ୍‌ ଆରମ୍ଭ ହୋଇଛି। ଗତକାଲି ବାନ୍ଦିପୁରାରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଆଜି ପୁଲଓ୍ଵାମାରେ ମଧ୍ୟ ୩ ଜଣ ଜେଇଏମ୍‌ (ଜୈଶ ଏ ମହମ୍ମଦ) ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ଆଜି ପୁଲ୍‌ଓ୍ଵାମାାର ତ୍ରାଲ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଅତର୍କିତ ଗୁଳି ଚାଳନା କରିବାଦ୍ୱାରା ସୁରକ୍ଷାକର୍ମୀମାନେ ମଧ୍ୟ ଏହାର କଡ଼ା ଜବାବ ଦେଇ ପ୍ରବଳ ଗୁଳି ମାଡ଼ କରିଥିଲେ। ଏଥିରେ ୩ ଜେଇଏମ୍‌ ଆତଙ୍କବାଦୀ ନିପାତ ହୋଇଥିଳେ। ଜଣେ ସିଆରପିଏଫ୍‌ ଯବାନ ମଧ୍ୟ ଆଜିର ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ଏହି ଅଂଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବାରୁ ଏବେ ବି ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର