ବିବାହର ପ୍ରଥମ ରାତିରେ ସ୍ୱାମୀ ଜିନ୍ସ-ଟି ସାର୍ଟ ପିନ୍ଧୁ ନ ଥିବା ଜାଣି ଛାଡ଼ି ଚାଲିଯିବା କଥା କହିଲା ସ୍ତ୍ରୀ, ନିଜକୁ ବଦଳାଇବି ବୋଲି କହି ଶୋଇଗଲା ସ୍ୱାମୀ,ସକାଳୁ ଉଠିବା ପରେ…

ନୂଆଦିଲ୍ଲୀ : ଯେଉଁ ସ୍ତ୍ରୀକୁ ପାଇବା ପାଇଁ ସ୍ୱାମୀ ୮ ମାସ ଅପେକ୍ଷା କରିବା ପରେ ବ୍ୟାଣ୍ଡ ବାଜା ନେଇ ନିଜ ଘରକୁ ଆଣିଥିଲେ, ସେହି ସ୍ତ୍ରୀ ତାଙ୍କୁ ବିବାହର ପ୍ରଥମ ରାତିରେ ଛାଡ଼ି ଚାଲିଯାଇଛି। ଏହି କଥା ଶୁଣିବା ପରେ ବିଚରା ସ୍ୱାମୀର ପାଦ ତଳୁ ମାଟି ଖସି ଯାଇଥିଲା ।

ମୋତେ ନିଶ-ଦାଢ଼ି ଏବଂ ପାଇଜାମା ପିନ୍ଧୁଥିବା ଲୋକମାନେ ଜମା ବି ପସନ୍ଦ ନୁହଁ । ମୁଁ ଜିନ୍ସ ପିନ୍ଧୁଥିବା ପୁରୁଷମାନଙ୍କୁ ପସନ୍ଦ କରେ ବୋଲି କହିବା ସହ ସ୍ୱାମୀ ସହ ସ୍ତ୍ରୀ ରହିବା ପାଇଁ ମନା କରି ଦେଇଥିଲା । ସ୍ତ୍ରୀର ଏପରି ଇଚ୍ଛା ଥିବା ଜାଣି ନିଜକୁ ବଦଳାଇବି ବୋଲି କହି ବିବାହର ପ୍ରଥମ ରାତିରେ ସ୍ୱାମୀ ଶୋଇ ପଡ଼ିଥିଲା । କିନ୍ତୁ ପର ଦିନ ସକାଳୁ ଉଠିବା ପରେ ନିଜ ସ୍ତ୍ରୀକୁ ଶୋଇବା ଘରେ ନ ପାଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସ୍ୱାମୀ ।

oneindia.com

ସୂଚନା ମୁତାବକ, ଏହି ଘଟଣାଟି ଘଟିଛି ହରିୟାଣାର ଯମୁନାନଗରରେ । ଏଠାରେ ରହୁଥିବା ସଲିମ୍‌ଙ୍କ ବିବାହ ୮ମାସ ପୂର୍ବରୁ ସ୍ଥିର କରାଯାଇଥିବା ବେଳେ ସେପ୍ଟେମ୍ବର ୯ରେ ଧୁମ୍‌ଧାମ୍‌ରେ ବିବାହ ହୋଇଥିଲା। ବିବାହର ପ୍ରଥମ ରାତିରେ ସଲିମ୍‌ଙ୍କ ପୋଷାକକୁ ଏବଂ ନିଶ-ଦାଢ଼ିକୁ ଦେଖି ମୋତେ ଏସବୁ ପସନ୍ଦ ନୁହଁ ବୋଲି କହିବା ପରେ ସଲିମ୍‌ ନିଜକୁ ବଦଳାଇବେ ବୋଲି କହି ଶୋଇ ପଡ଼ିଥିଲେ । କିନ୍ତୁ ସକାଳୁ ଉଠି ନିଜ ପତ୍ନୀକୁ ନ ପାଇ ସେ ଘର ଛାଡ଼ି ଚାଲି ଯାଇଥିବା ଜାଣି ଯାଇଥିଲେ ସଲିମ୍‌ । ପ୍ରଥମ ରାତିରେ ନୂଆ ବୋହୂରଏପରି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର