ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନାରେ ରହନ୍ତୁ। କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରି ପାରିବେ। ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯାତ୍ରା କରିବେ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଆଖଣ୍ତଳମଣି।

 

ବୃଷ: ଆପଣଙ୍କ ଯୋଜନାକୁ ଗୋପନ ରଖନ୍ତୁ; ଭଲ ହେବ। କାମର ତାଲିକା କରି ଆଗକୁ ବଢ଼ନ୍ତୁ। ମିତ୍ରଙ୍କ ସହାୟତାରେ କିଛି ଆଶା ପୂରା ହେବ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଗରମ ମିଜାଜ ଆପଣଙ୍କୁ ଲାଭ ଦେବ। ଅଫିସରେ କୌଣସି କଥାକୁ ନେଇ ଲାଗି ରହିଥିବା ବିଶୃଙ୍ଖଳା ଠିକ୍‌ କରିବେ। ବ୍ୟବସାୟରୁ ଭଲ ଫଳାଫଳ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

 

କର୍କଟ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଭାଇଭଉଣୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଆପଣଙ୍କୁ ସମ୍ମାନିତ କରାଯାଇପାରେ। ନୂଆ ଭବନ ଓ ଜମି କିଣିବା ଲାଗି ଦିନଟି ଶୁଭ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ଶ୍ରୀ ଗଣେଶ।

 


ସି˚ହ: ଆଜି କୌଣସି କଥାକୁ ନେଇ ମନରେ ଦ୍ବନ୍ଦ୍ବ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କନ୍ୟା: ପରିବାର ସହିତ ଅଧିକ ସମୟ ବିତେଇବେ। ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ମିତ୍ରଙ୍କ ମାଧୢମରେ ଲାଭ ମିଳିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

 

 

ବିଛା: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ବ୍ୟବସାୟରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ମିତ୍ରଙ୍କ ସହଯୋଗ ପାଇବେ। ଟେଲି କଳାକାରଙ୍କୁ ନୂଆ ଧାରାବାହିକରେ ସୁଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭୈରବୀ।

 


ଧନୁ: ମନ ଅଶାନ୍ତି ମୁକ୍ତ ରହିବ। କାମ ଧନ୍ଦା ସମ୍ବନ୍ଧରେ ଭଲ ଖବର ମିଳିବ। ବନ୍ଧୁଙ୍କ ମାଧୢମରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ନୂଆ ବାହନ ଓ ଭୂସ˚ପତ୍ତି କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବଗଳାମୁଖୀ।

 

ମକର: ଆଜି କିଛି ମହତ୍ତ୍ବପୂର୍ଣ୍ଣ ଫଇସଲା ନେବାରେ ଅସୁବିଧା ହୋଇପାରେ। ମିତ୍ର ଆପଣଙ୍କର ପ୍ରଶ˚ସା କଲେ ସାବଧାନ ରହନ୍ତୁ। ବ୍ୟବସାୟରେ ବିପଦପୂର୍ଣ୍ଣ ନିବେଶରୁ ନିବୃତ୍ତ ରହନ୍ତୁ। ଜୀବନସାଥୀଙ୍କ ଠାରୁ ଢେର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

କୁମ୍ଭ: ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ବାକ୍ଷର କରିବେ। ଉଧାର ଦେଇଥିବା ପଇସା ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ସନ୍ତୋଷୀ ମାତା।

 

ମୀନ: ଶରୀର ସୁସ୍ଥ ଓ ମନ ଖୁସି ରହିବ। ଯାହା ବି କାମ କରିବେ ସଫଳ ହେବେ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇଁ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ସମ୍ବନ୍ଧିତ ଖବର