ଡିଏସ୍‌ବିଏମ୍‌ରେ ଜିଏସ୍‌ଟି ଆଲୋଚନା

ଭୁବନେଶ୍ୱର : ୟୁନିଟ୍‌-୮ସ୍ଥିତ ଡିଏଭି ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌(ଡିଏସ୍‌ବିଏମ୍‌) ପକ୍ଷରୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ରମାକାନ୍ତ ଜେନା ଓ ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ। ଦେଶର ଅର୍ଥନୀତି ଉପରେ ଜିଏସ୍‌ଟିର ପ୍ରଭାବ ଏବଂ ବିଭିନ୍ନ ତୈଳଜାତ ପଦାର୍ଥକୁ କିପରି ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଯାଇପାରିବ, ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ଡିଏସ୍‌ବିଏମ୍‌ର ଛାତ୍ରଛାତ୍ରୀ ଏସ୍‌ ଗୀତାଞ୍ଜଳି, ତ୍ରିନାଞ୍ଜନା ଭୌମିକ, ସୌଭିକ ରଞ୍ଜନ ସାହୁ, ନମ୍ରତା ଦେବୀ ଓ ବି ସୌମ୍ୟା ପ୍ରମୁଖ ଜିଏସ୍‌ଟି ଆଲୋଚନାରେ ଭାଗ ନେଇଥିଲେ। ବିଭିନ୍ନ କ୍ଷେତ୍ରରେ ଜିଏସ୍‌ଟି ପ୍ରଭାବ ନେଇ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା ଓ ପ୍ରତିଷ୍ଠାତା ସଦସ୍ୟା ଭାଗ୍ୟବତୀ ନାୟକ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଡି ଏନ୍‌ ମିଶ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବାଣିଜ୍ୟ ଅଧ୍ୟାପକ ସମିରନ୍‌ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର