ସବୁ ବର୍ଷ ଡଟ୍‌ ଫେଷ୍ଟ୍‌.. ଖୁସି ତ…

ଆପଣଙ୍କୁ ନମସ୍କାର..। ଏବେ ଡଟ୍‌ ଫେଷ୍ଟ୍ ଅନୁଷ୍ଠିତ ହେଉଛି। ଆପଣମାନେ ଖୁସି ତ…। ହଁ…। ପ୍ରତିବର୍ଷ ହେବ ଡଟ୍‌ ଫେଷ୍ଟ୍‌। ଆପଣ ଖୁସି ତ…। ହଁ…। ମୁଁ ବି ବହୁତ ଖୁସି। ଆଜି ଡଟ୍‌ ଫେଷ୍ଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଦର୍ଶକଙ୍କ ସହ ଏହି ବାର୍ତାଳାପ ଛଳରେ ପ୍ରତିବର୍ଷ ଡଟ୍‌ ଫେଷ୍ଟ୍‌ ହେବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି ଶାନ୍‌ ନିଜେ ମଞ୍ଚ ଉପରକୁ ପାଛୋଟି ଆଣିବା‌ ପରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏପରି ଘୋଷଣା ପରେ ହୋ ହାଲାରେ ଫାଟି ପଡ଼ିଥିଲା ପ୍ରଦର୍ଶନୀ ପଡ଼ିଆ।

ମେ ହୁଁ ଡନ୍‌..ସ୍ବରରେ ମେ ହୁଁ ଶାନ୍‌…ଗୀତ ସହ ମଞ୍ଚକୁ ପ୍ରବେଶ କରିଥିଲେ ଶାନ୍‌। ଗୀତ ସରୁସରୁ ଓଡ଼ିଆରେ ପଚାରି‌ଥିଲେ, କେମିତି ଅଛନ୍ତି..। ସମସ୍ତେ ଏକ ସ୍ବରରେ କହିଥିଲେ, ଭଲ ଅଛୁ। ପରେ ସେ ବେହତି ହାୱା ସା…, ବିନ୍‌ କୁଛ୍‌ କହେ ବିନ୍‌ କୁଛ୍‌ ସୁନେ.., କୁଛ୍‌ନା କହୋ କୁଛ୍ ଭି ନା କହୋ.., ତୁମ୍‌ କୋ ପାୟା ହେ.., ୱ ପେହଲି ବାର୍‌ ଜବ୍‌ ହମ୍‌ ମିଲେ.., ତେରେ ନୈନା ବଡ଼େ କାତିଲ୍‌.., ସେଇ ବର୍ଷା ସେଇ ରାତି.., ଜୟ ହିନ୍ଦ୍‌ ହିନ୍ଦ୍‌ ଜୟ ଇଣ୍ଡିଆ.., ସୁନୋ ଗୋର୍‌ସେ ଦୁନିଆ ୱାଲୋ…ଭଳି ଗୀତ ଗାଇ ଦର୍ଶକଙ୍କୁ ଝୁମେଇଥିଲେ। ସଂଜ ଯେତେ ଆଗକୁ ବଢ଼ୁଥିଲା ଧୀରେଧୀରେ ସଂଗୀତ ସେତେ ମଜି ଆସୁଥିଲା।

ଆଜି ବି ସଂଗୀତ ଶୁଣିବା ପାଇଁ ଗତକାଲି ଭଳି ଭିଡ଼ ପରିଲକ୍ଷିତ ହୋଇଥିଲା। ପଡ଼ିଆ ବାହାରେ ଲମ୍ବା ଲାଇନ୍‌ରେ ଲୋକେ ଭିତରକୁ ପ୍ରବେଶ କରିଥିଲେ। ଶାନ୍‌ ଗୀତ ଗାଇବା ବେଳେ ଶାହରୁଖ୍‌ଙ୍କ ଶୈଳୀରେ ବେ‌ଳେବେଳେ ସଂଳାପ ଉଚ୍ଚାରଣ କରିବା ବେଳେ ଦର୍ଶକ ଉଲ୍ଲସିତ ହୋଇଯାଉଥିଲେ।

ସମ୍ବନ୍ଧିତ ଖବର