ମୋଦୀଙ୍କୁ ବିଜେଡିର ଜବାବ: ଓଡ଼ିଶାର ସ୍ୱାର୍ଥକୁ ଆଖି ବୁଜିଥିବା ବିଜେପି ନେତାଙ୍କ ଭୋଟ ବେଳେ ପର୍ଯ୍ୟଟନ ଭ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଭାଷଣ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଶନିବାର କଡ଼ା ପ୍ରତିକ୍ରିୟା ରଖିଛି। ନିର୍ବାଚନ ଆସିଲେ କିଛି ନେତା ଓଡ଼ିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସିଥାନ୍ତି। ସେହି ଧାରାରେ ବିଜେପିର କିଛି ନେତା ଓଡ଼ିଶାରେ ଏବେ ଭ୍ରମଣ କରୁଛନ୍ତି। ଓଡ଼ିଶାର ବିକାଶ ପ୍ରସଙ୍ଗରେ କେବେ ସେମାନଙ୍କର ଦେଖା ମୁଳୁ ନଥିବା ବେଳେ ଏବେ ଭୋଟ ଓ କ୍ଷମତା ପାଇଁ ସେମାନଙ୍କ ଦେଖା ମିଳୁଛି ବୋଲି କହିଛନ୍ତି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର। ମୋଦୀଙ୍କ ନାଁ ନ ନେଇ ସେ ଏମିତି କଟାକ୍ଷ କରିଛନ୍ତି।

ଡ. ପାତ୍ର କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ଆସି ବଡ଼ ବଡ଼ କଥା କହୁଥିବା ବିଜେପି ନେତାମାନେ ୫ ବର୍ଷ ଧରି କେଉଁଠି ଶୋଇଥିଲେ? ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ହେଉ କି ମହାନଦୀ ପାଣିକୁ ଛତିଶଗଡ଼ ଚୋରୀ କରିବା ପ୍ରସଙ୍ଗ ହେଉ, ଏହି ବିଜେପି ନେତାମାନେ କେଉଁଠି ଥିଲେ? ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ରାଉରକେଲାରେ ଇସ୍ମାତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସେମାନଙ୍କର ପ୍ରତିଶ୍ରୁତି କୁଆଡେ ଗଲଶ ତାହାର ଜବାବ ଦିଅନ୍ତୁ।

ଡ. ପାତ୍ର ଆହୁରି କହିଛନ୍ତି, ନିର୍ବାଚନୀ ପର୍ଯ୍ୟଟନ ଭ୍ରମଣରେ ଆସି ବଡ଼ ବଡ଼ କଥା କହୁଥିବା ବିଜେପି ନେତାଙ୍କର ଓଡ଼ିଶାର ବିକାଶ ପ୍ରତି ସାମାନ୍ୟତମ ଅବଦାନ ନାହିଁ। ଅଥଚ ନବୀନ ପଟ୍ଟନାୟକ କଠୋର ପରିଶ୍ରମ ଓ ଉଦ୍ୟମ କରି ଓଡ଼ିଶାକୁ ଗତ ୧୯ ବର୍ଷ ଭିତରେ ଏକ ଆଦର୍ଶ ରାଜ୍ୟରେ ପରିଣତ କରିଛନ୍ତି।

ସମ୍ବନ୍ଧିତ ଖବର