ପୁଣି ଭର୍ତ୍ତୃହରିଙ୍କ ଉପରେ ଭରସା ଜାହିର କଲେ ନବୀନ : ଷଷ୍ଠ ଥର ପାଇଁ କଟକ ଲୋକସଭାରୁ ବିଜେଡି ପ୍ରାର୍ଥୀ ହେଲେ

ଭୁବନେଶ୍ବର: ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ନବୀନ ନିବାସରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କଟକ ଲୋକସଭା ଆସନରେ କିଏ ହେବେ ବିଜେଡି ପ୍ରାର୍ଥୀ, ସେ ନେଇ ଅନେକ ଦିନରୁ ଲାଗି ରହିଥିବା ଚର୍ଚ୍ଚା ଆଲୋଚନାର ଅନ୍ତଃ ଘଟିଛି। ତେବେ ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ କଟକ ଲୋକସଭା ଆସନ ପାଇଁ ପୁଣି ଥରେ ଭର୍ତ୍ତୃହରି ମହତାବଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭରସା ଜିଣିଛନ୍ତି ଭର୍ତ୍ତୃହରି । ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ଟିକେଟରୁ ଲଢି ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଏପରିକି ୨୦୧୭ ବର୍ଷରେ ତାଙ୍କୁ ଶ୍ରେଷ୍ଠ ସାଂସଦ ଉପାଧି ମଧ୍ୟ ମିଳିଥିଲା । ତେବେ ଚଳିତ ନିର୍ବାଚନରେ କଟକ ଲୋକସଭା ଆସନ ପାଇଁ ବିଜେପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିନାହିଁ । କଟକରେ ଏଥର କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର