ଦୁଇ ଭଉଣୀ ଭଳି ଦିଶୁଥିବା ୬୩ ବର୍ଷୀୟା ମା’ ଓ ତାଙ୍କର ୪୩ ବର୍ଷୀୟା ଝିଅର ଫଟୋ ହେଲା ଭାଇରାଲ, ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟର ରାଜ୍‌

ସୌନ୍ଦର୍ଯ୍ୟ ହେଉଛି ନାରୀର ଏକ ପ୍ରକୃତିଦତ୍ତ ବିଶେଷତ୍ୱ। ନିଜକୁ ସଦା ସର୍ବଦା ସୁନ୍ଦର ରଖିବା ପାଇଁ ନାରୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣେ ମା’ ଓ ଝିଅର ସୌନ୍ଦର୍ଯ୍ୟ ପଛର ରହସ୍ୟ ବିଷୟରେ କହିବାକୁ ଯାଉଛୁ । ମା’ଙ୍କ ବୟସ ୬୩ ବର୍ଷ ଓ ଝିଅର ବୟସ ୪୩ ବର୍ଷ ।ଉଭୟଙ୍କ ଫଟୋ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। କାରଣ ଉଭୟ ଏବେ ସୁନ୍ଦରୀ ଯେ ଜଣେ ୧୮ ବର୍ଷୀୟା ତରୁଣୀ ମଧ୍ୟ ପଛରେ ପଡ଼ିଯିବ । ବର୍ତ୍ତମାନ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ସେମାନଙ୍କ ସୌନ୍ଦର୍ଯ୍ୟ ପଛର ରହସ୍ୟ ।

ଏହି ଫଟୋରେ ତାଇଓ୍ଵାନର ୪୩ ବର୍ଷିୟ ଲୁ ହର ସୁ ଓ ତାଙ୍କ ୬୩ ବର୍ଷିୟା ମା’ ଅଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଫଟୋ ଭାଇରାଲ ହେବାରେ ଲାଗିଛି। କାରଣ ତାଙ୍କ ବୟସ ଅନୁସାରେ ଚେହେରାକୁ ଦେଖି ବିଶ୍ୱାସ କରିବା ଅସମ୍ଭବ । ଫଟୋ ଭାଇରାଲ ହେବା ପରେ ଲୋକେ କମେଣ୍ଟରେ ତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ପଚାରିଥିଲେ, ଏହାର ଉତ୍ତରରେ ସେ କହିଥିଲେ, ‘ମୁୁଁ ସବୁବେଳେ ନିରାମିଷ ଖାଦ୍ୟ ଖାଏ ଓ ନିଜ ତ୍ୱଚାର ଯତ୍ନ ନିଏ । ନିଜକୁ ସୁନ୍ଦର ରଖିବା ପାଇଁ ଉଭୟ ମା’-ଝିଅ ସମାନ ଡାଏଟ ପ୍ଳାନ କରଛନ୍ତି। ଦୁହେଁ ବ୍ୟାୟାମ କରିବା ସହ ସବୁବେଳେ ଘର ତିଆରି ଖାଦ୍ୟ ଖାଆନ୍ତି । ବାହାର ଖାଦ୍ୟ କେବେ ଖାଆନ୍ତ ନାହିଁ ଓ ପ୍ରଚୁର ପରିମାଣର ପାଣି ପିଅନ୍ତି । ଏହା ସହ ସେ ପ୍ରତିଦିନ ଯୋଗ ମଧ୍ୟ କରନ୍ତି। ତାଙ୍କ କହିବା କଥା ଏହା ସବୁ ଯୋଗ, ବ୍ୟାୟାମ ଓ ସଠିକ୍‌ ଖାଦ୍ୟର ଖେଳ ଅଟେ । ଯାହା ଫଳରେ ସମସ୍ତେ ଆମକୁ ମା,ଝିଅ ବଦଳରେ ଦୁଇ ଭଉଣୀ ବୋଲି କୁହନ୍ତି ।

ସମ୍ବନ୍ଧିତ ଖବର