ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତର ଅର୍ଧଶତକ ବିଜୟ

ପୁନେ: ବୁଧବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୬ ଓ୍ଵିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା। ଏଥି ସହିତ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୧୦୦ ମ୍ୟାଚ୍‌ ଖେଳି ଭାରତ ୫୦ (ଅର୍ଧଶତକ) ବିଜୟ ହାସଲ କରିଛି। ଏହି ୧୦୦ ମ୍ୟାଚ୍‌ ମଧ୍ୟରୁ ନ୍ୟୁଜିଲାଣ୍ଡ୍‌ ୪୪ରେ ହାରିଥିଲା ବେଳେ ଗୋଟିଏ ଟାଇ ରହିଥିଲା। ଅବଶିଷ୍ଟ ୫ ମ୍ୟାଚ୍‌ ଫଳାଫଳ ଶୂନ୍ୟ ରହିଥିଲା।

ପୁନେ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ଭୁବନେଶ୍ୱର କୁମାର ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ପ୍ରଥମ ତଥା ମୋଟ ଚତୁର୍ଥ ଥର ପାଇଁ ଦିନିକିଆରେ ଏହି ପୁରସ୍କାର ପାଇଲେ। ଭୁବନେଶ୍ୱର (୩/୪୫) ମଧ୍ୟ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ପୂର୍ବରୁ ୨୦୧୪ ନାପିଅର୍‌ ଦିନିକିଆରେ ସେ ୧/୩୮ ବୋଲିଂ ଚିତ୍ର ପାଇଥିଲେ।

ଶିଖର ଧାଓ୍ଵନ୍‌ (୮୪ ବଲ୍‌ରୁ ୬୮ ରନ୍‌) ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୬ ମ୍ୟାଚ୍‌ରୁ ପ୍ରଥମ ଅର୍ଧଶତକ ହାସଲ କଲେ। ଏଥି ସହିତ ତାଙ୍କର ମୋଟ ଅର୍ଧଶତକ ୨୨ରେ ପହଞ୍ଚାଇଲେ। କୌଣସି ମ୍ୟାଚ୍‌ ବିଜୟୀ ପାଳି ବେଳେ ନିଜ ଦେଶରେ ଭାରତ ପକ୍ଷରୁ ୨୩ତମ ବ୍ୟାଟ୍‌ସମ୍ୟାନ୍‌ ଭାବେ ୧୦୦୦ ରନ୍‌ ମଧ୍ୟ ପୂରଣ କଲେ। ସେ ଭାରତ ବିଜୟରେ ୨୫ ମ୍ୟାଚ୍‌ ଖେଳି ମୋଟ ୧୦୪୫ ରନ୍‌ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୭ ଅର୍ଧଶତକ ସାମିଲ ରହିଛି।

ସମ୍ବନ୍ଧିତ ଖବର