ସେମିରେ ଅଟକିଲେ ଅମିୟ

ଜାତୀୟ ଓପନ ଦୌଡ଼କୁଦରେ ଓଡ଼ିଶାର ୧୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ହେଲେ ପ୍ରଥମ ଦିନରେ ହିଁ ଆୟୋଜକ ଦଳକୁ ଶକ୍ତ ଝଟ୍‌କା ଲାଗିଛି। ପଦକ ଦାବିଦାର ତଥା ଦେଶର ଦ୍ରୁତତମ ଧାବକ ଅମିୟ କୁମାର ମଲ୍ଲିକ ପୁରୁଷ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ଅଟକି ଯାଇଛନ୍ତି। ୧୦.୭୩ ସେକେଣ୍ଡ ସମୟ ସହ ଅମୀୟ ସେମିଫାଇନାଲର ହିଟ୍‌-୩ରେ ଦୌଡ଼ି ଚତୁର୍ଥ ସ୍ଥାନରେ ରହିଥିଲେ। ଫଳରେ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ମଙ୍ଗଳବାର ସକାଳେ ଅନୁଷ୍ଠିତ ପୁରୁଷ ୧୦୦ ମିଟର ଦୌଡ଼ର ପ୍ରଥମ ପର୍ଯ୍ୟାୟରେ ଅମିୟ ହିଟ୍‌-୩ର ତୃତୀୟ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ପଂଜାବର ହରଜିତ ସିଂହ ଓ ଗୁରଲାଲ ସିଂହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ୧୦୦ ମିଟରର ଫାଇନାଲ୍‌ ବୁଧବାର ସଂଧ୍ୟା ୬ଟାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର