ଆକର୍ଷଣରେ ଦୁଇ ଜାପାନୀ ଧାବିକା

କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାରେ ତିନି ଜଣ ଜାପାନୀ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆଜିି ମଇଦାନକୁ ଓହ୍ଲାଇଥିଲେ। ମହିଳା ୪୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରିଥିବା କୋନୋମି ତାକେସି ହିଟ୍‌-୩ରେ ଦୌଡ଼ି ୫୪.୬୧ ସେକେଣ୍ଡ ସମୟ ସହ ତୃତୀୟ ସ୍ଥାନରେ ରହିଥିଲେ। ତେବେ ପ୍ରଥମ ୮ ଜଣଙ୍କ ମଧ୍ୟରେ ରହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରି ନେଇଥିଲେ। ୧୦୦ ମିଟର ବାଧାଦୌଡ଼ରେ ଅଂଶ ଗ୍ରହଣ କରିଥିବା ଅନ୍ୟତମ ଜାପାନୀ ଖେଳାଳି ହିତୋମି ସିମୋରା ହିଟ୍‌-୧ର ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ। ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ସ୍ଥାନୀୟ ତାରକା ପୂର୍ଣ୍ଣିମା ହେମ୍ବ୍ରମଙ୍କ ସହ ହେବ। ୪୦୦ ମିଟର ବାଧାଦୌଡ଼ରେ ଅଂଶ ଗ୍ରହଣ କରୁଥିବା ଅନ୍ୟତମ ଜାପାନୀ ଖେଳାଳି ସାୟାକା ଆୟୋକି ଗୁରୁବାର ପଡ଼ିଆକୁ ଓହ୍ଲାଇବେ।

ସମ୍ବନ୍ଧିତ ଖବର