ରାଜ୍ୟ ବିଦ୍ୟାଳୟ ଥ୍ରୋ ବଲ୍‌: ଭୁବନେଶ୍ୱର-ପୁରୀ ଫାଇନାଲ୍‌

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା କୁଦିଆରୀ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟ ବିଦ୍ୟାଳୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାର ବାଳିକା ବର୍ଗରେ ଭୁବନେଶ୍ୱର ଓ ପୁରୀ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍‌ରେ ଭୁବନେଶ୍ୱର ୨-୦ରେ ନୟାଗଡ଼କୁ ଏବଂ ପୁରୀ ୨-୦ରେ ବଲାଙ୍ଗୀରକୁ ପରାସ୍ତ କରିିଥିଲା। ଏହା ପୂର୍ବରୁ ଅନୁଷ୍ଠିତ ମୁକାବିଲାରେ ପୁରୀ ୨-୦ରେ ସୋନପୁରକୁ ଏବଂ ନୟାଗଡ଼ ୨-୧ରେ ଖୋର୍ଧାକୁ ହରାଇଥିଲା। ସେହିପରି ବାଳକରେ ଭୁବନେଶ୍ୱର, କନ୍ଧମାଳ, ଢେଙ୍କାନାଳ ଏବଂ କେନ୍ଦୁଝର ନିଜ ନିଜ ମ୍ୟାଚ୍‌ ଜିତି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭୁବନେଶ୍ୱର ୨-୦ରେ ଜଗତସିଂହପୁରକୁ, କନ୍ଧମାଳ ୨-୦ରେ ନୟାଗଡ଼କୁ, ଢେଙ୍କାନାଳ ୨-୦ରେ ବଲାଙ୍ଗୀରକୁ ଏବଂ କେନ୍ଦୁଝର ୨-୦ରେ ସୋନ୍‌ପୁରକୁ ହରାଇଥିଲା। ଏହି ପ୍ରତିଯେଗିତାର ବାଳକରେ ୧୪ ଏବଂ ବାଳିକାରେ ୬ ଜିଲ୍ଲାର ଦଳ ଅଂଶଗ୍ରହଣ କରୁଛନ୍ତି। ଦୁଇ ଦିନଧରି ହେବକୁଥିବା ଏହି ପ୍ରତିଯୋଗତାରେ ୯୮ ଛାତ୍ର ଏବଂ ୭୦ ଛାତ୍ରୀଙ୍କ ବ୍ୟତୀତ ୫୦ରୁ ଅଧିକ ଦଳୀୟ ପ୍ରବନ୍ଧକ ଯୋଗ ଦେଇଛନ୍ତି। ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତା କାପୁର, କାଉନ୍‌ସିଲର ଅନନ୍ତ ବେହେରା, ଶାରିରୀକ ଶିକ୍ଷା ସହକାରୀ ନିର୍ଦେଶିକା ଲକ୍ଷ୍ମୀପ୍ରିୟା ଦେଇ, ପଠାଣି ଆଗ୍ରା ସିଂହ, କୌଳାସ ଚନ୍ଦ୍ର ପ୍ରଧାନ ଏବଂ ଭାଗିରଥି ମଲ୍ଲିକ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର