ଏପଟେ ବିରାଟ-ଅନୁଷ୍କା ଓ ସେପଟେ ସୋନମ-ଆନନ୍ଦଙ୍କ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଗଣମାଧ୍ୟମରେ ସଦା ଚର୍ଚ୍ଚାରେ ରହୁଥିବା ଦୁଇ ଯୋଡ଼ି ହେଉଛନ୍ତି ବିରାଟ-ଅନୁଷ୍କା ଓ ସୋନମ ଆନନ୍ଦ। କ୍ରିକେଟ୍‌ ତାରକା ବିରାଟ କୋହଲି ଗୁପ୍ତ ଭାବେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲିରେ ବିବାହ କରିଥିବା ଘଟଣା ଗଣମାଧ୍ୟରେ ଯେତିକି ଚର୍ଚ୍ଚା ହୋଇଥିଲା ଦୀର୍ଘ ଦିନର ପ୍ରେମିକ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ଅଭିନେତ୍ରୀ ସୋନମ କପୁର୍‌ ବିବାହ କରିବା କଥା ବି ବେଶ୍‌ ସେତିକି ଚର୍ଚ୍ଚା ପାଲଟିଥିଲା। ନିକଟରେ ଏହି କୌତୁକିଆ ଯୋଡ଼ିଙ୍କର ଭାଇରାଲ୍‌ ହୋଇଥିବା ଫଟୋ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଛି।

 

A post shared by AnushkaSharma1588 (@anushkasharma) on

ବିରୁଷ୍କା ଏକ କୌତୁକିଆ କୁକୁରକୁ ଧରି ଫଟୋ ସୁଟ୍‌ କରିଥିବା ବେଳେ ସୋନମ-ଅନନ୍ଦ ଲଣ୍ଡନ୍‌ରେ ଛୁଟି କାଟିବାକୁ ଯାଇଥିବା ବେଳର କିଛି ଫଟୋ ଦେଖିବାକୁ ମିଳିଛି। ବିରୁଷ୍କାଙ୍କୁ ପପି ଧରିଥିବାର ଫଟୋ ଦେଖି ଫ୍ୟାାନ୍ସମାନେ ଖୁବ୍‌ ଶୀଘ୍ର ତାଙ୍କ କୋଳରେ ଏକ କୌତୁକିଆ ବେବି ଦେଖିବାକୁ ଚାହାନ୍ତି ବୋଲି ଇଚ୍ଛା ପ୍ରକଟ କରିଛନ୍ତି। ସେହିପରି ସୋନମ ଓ ଆନନ୍ଦଙ୍କ ଯୋଡ଼ି ଫଟୋ ଦେଖି ଏହି ଯୋଡ଼ି ସ୍ୱର୍ଗରୁ ତିଆରି ହୋଇଛି ବୋଲି ପ୍ରଶଂସକ ମତ ରଖିଛନ୍ତି।

ନିକଟରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ଜିମ୍‌ର ଏକ ଭିଡିଓ ପୋଷ୍ଟ୍‍ କରି ଅନୁଷ୍କମା ତାଙ୍କଠାରୁ ଭଲ୍‌ ଓ୍ଵାର୍କଆଉଟ୍‌ କରନ୍ତି ବୋଲି ଲେଖିଥିଲେ। ତାହାର ଉତ୍ତରରେ ଅନୁଷ୍କ ‘ରବିସ୍‌’ ବୋଲି ଲେଖିଥିଲେ। ସେହିପରି ଶେଷଥର ପାଇଁ ସୋନମଙ୍କୁ ରେଡ୍‌ କାର୍ପେଟ ଇଭେଣ୍ଟରେ ଯୋଗ ଦେବାକୁ ଯିବା ପୂର୍ବରୁ ପତି ଆନନ୍ଦଙ୍କ ସହ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର