ଲକଡାଉନ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଗାଡ଼ିକୁ ଉଠାଇ ନେଲା କମିସନରେଟ୍ ପୁଲିସ୍

ପାସ୍ ନବୀକରଣ ଅନାବଶ୍ୟକ: ପୁଲିସ୍ କମିସନର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆଜିଠୁ ଲକଡାଉନ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦେଖିବାକୁ ମିଳିଛି। ଆଜି ରାଜଧାନୀ ଭୁବନେଶ୍ବରର ଏକ ନମ୍ବର ହାଟରେ କେତେକ ଉଲ୍ଲଙ୍ଘନକାରୀଙ୍କ ଗାଡ଼ିକୁ ପୁଲିସ  ଉଠାଇ ନେଇଥିବା ଜଣାଯାଇଛି। ରାଜଧାନୀରେ ଯାଞ୍ଚ ଜୋରଦାର କରିଛି ପୁଲିସ । ପରିବା କିଣିବା ଲାଗି ଚାଲିଚାଲି ଆସିବାକୁ ଦିଆଯାଇଥିଲା ପରାମର୍ଶ । ହେଲେ ଏହାକୁ ଅମାନ୍ୟ କରି ଅଯଥା ଭିଡ ଜମାଇଥିବା ଲୋକଙ୍କ ଗାଡ଼ି ଉଠାଇ ନିଆଯାଇଛି।  ଲକ୍‌ଡାଉନ୍ ବେଳେ ଉଲ୍ଲଙ୍ଘନକାରୀ ବିନା କାରଣରେ ବାହାରେ ବୁଲିଲେ ମାମଲା ରୁଜୁ ହେବ ବୋଲି ବି କମିସନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଥିଲା। ଆଜି କେତୋଟି ଗାଡ଼ି ସିଜ୍ ହେଉଛି ତାହା ଜଣାପଡ଼ିନାହିଁ।

ଏଣେ ଲକ୍‌ଡାଉନ୍ ଦୃଷ୍ଟିରୁ ପୂର୍ବରୁ ଜାରି ହୋଇଥିବା ଯାନବାହାନ ପାସ୍ ନବୀକରଣ କରାଯିବା ଅନାବଶ୍ୟକ ବୋଲି ପୁଲିସ୍ କମିସନର୍ ଆଜି ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି।

ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ପୂର୍ବରୁ ଜାରି ହୋଇଥିବା ପାସ୍ ନବୀକରଣ କରଯିବା ଅନାବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଉକ୍ତ ପାସ୍ କାର୍ଯ୍ୟ କରିବ, ତେଣୁ କେହି ପାସ୍ ନବୀକରଣ ପାଇଁ ଅନୁରୋଧ ନ କରିବାକୁ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

 

ସମ୍ବନ୍ଧିତ ଖବର