ବିଜେଡିର ନିର୍ବାଚନ ଇସ୍ତାହାର କମିଟି ଗଠିତ : ବେଦ ପ୍ରକାଶ ଅଗ୍ରଵାଲ ଅଧ୍ୟକ୍ଷ, ସୌମ୍ୟରଞ୍ଜନ, ପ୍ରସନ୍ନ, ମଙ୍ଗଳା, ପଦ୍ମନାଭ ଓ କସ୍ତୁରୀ ସହ-ଅଧ୍ୟକ୍ଷ

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ତଥା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିର ସହ ଅଧ୍ୟକ୍ଷ ଭାବେ ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ବିଧାୟକ ମଙ୍ଗଳା କିଷାନ, ବିଧାୟକ ପଦ୍ମନାଭ ବେହେରା ଏବଂ ମୁଖପାତ୍ର କସ୍ତୁରୀ ମହାପାତ୍ରଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି। ଖୁବଶୀଘ୍ର ବିଜୁ ଜନତା ଦଳ ତାର ଇସ୍ତାହାର ଜାରି କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସଭାପତିଙ୍କ ଘୋଷଣା ମୁତାବକ କମିଟିର ଅନ୍ୟ ସଦସ୍ୟମାନଙ୍କ ଭିତରେ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଅରୁଣ କୁମାର ସାହୁ, ବିଧାୟକ ସୁଦାମ ମାର୍ଣ୍ଡି, ବିଧାୟକ ରମେଶ ଚନ୍ଦ୍ର ମାଝୀ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମିନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ନବ କିଶୋର ଦାସ, ଦିଲ୍ଲୀପ ତିର୍କୀ ଅଛନ୍ତି।

େସହିପରି ସାଂସ୍କୃତିକ ସମନ୍ବୟ ସେଲର ଆବାହକ ରବି ନାରାୟଣ ନନ୍ଦ, ଇଞ୍ଜିନିୟର ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅସୀମ ଅମିତାଭ ଦାସ, କାଜୁ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ଜେନା, ମୁଖପାତ୍ର ସସ୍ମିତ ପାତ୍ର, ଶ୍ରୀମୟୀ ସ୍ବେତା ସ୍ନିଗ୍ଧା ମିଶ୍ର, ତେଜେଶ୍ବର ପରିଡ଼ା, ଚିନ୍ମୟ ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରି, ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ର, ବଲାଙ୍ଗୀର ଏସଏଚଜି ଫେଡେରେସନ୍ ସଭାନେତ୍ରୀ ସୁଜାତା ମିଶ୍ର, ସୁନ୍ଦରଗଡ଼ର ସରସ୍ବତୀ କିଷାନ୍, ମୟୁରଭଞ୍ଜର ବିଷ୍ଣୁପ୍ରିୟା ଦାସ, କଳାହାଣ୍ଡିର ପଙ୍କଜିନୀ ମଙ୍ଗରାଜ, କେନ୍ଦୁପତ୍ର ତୋଳାଳି ସଂଘ ନେତ୍ରୀ ମାମିନା ନାୟକ, କୃଷକ ନେତା କିଶୋର ଦେବତା, ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି।

ପ୍ରକାଶଥାଉକି, ଗତ ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ଅବସରରେ ବିଜେଡି ‘ ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ। ଏଥିପାଇଁ ତୃଣମୂଳ ସ୍ତରରୁ ମହିଳା କର୍ମୀମାନେ ଘର ଘର ବୁଲି ମତାମତ ସଂଗ୍ରହ କରୁଛନ୍ତି। ଏହି ମତାମତ ଆଧାରରେ ବିଜୁ ଜନତା ଦଳ ତାର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ନବ ଗଠିତ ଇସ୍ତାହାର କମିଟିକୁ ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର