କରଞ୍ଜିଆ ହସ୍ପିଟାଲରେ ଶବକୁ ଝଡ଼ାଫୁଙ୍କା

କରଞ୍ଜିଆ/କରଞ୍ଜିଆ ଗୋଲେଇ : ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ହେଉଛି। ଏ ନେଇ ପୁଲିସ ସମିତି ବୈଠକରେ ବାରମ୍ବାର ସଚେତନ କରାଯାଉଛି। ତଥାପି ଅନ୍ଧବିଶ୍ୱାସର ଅନ୍ଧାରି ଗଳିରୁ ମଣିଷ ମୁକୁଳି ପାରୁନି। ଦୁଇ ଦିନ ତଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ହସ୍ପିଟାଲରେ ଜଣେ ସାପକାମୁଡ଼ା ରୋଗୀର ମୃତ୍ୟୁ ପରେ ଗୁଣିଆ ଝଡ଼ାଫୁଙ୍କା କରିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଆଜି ଠିକ୍‌ ସେମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ହସ୍ପିଟାଲରେ। ଜଣେ ସାପକାମୁଡ଼ା ରୋଗୀର ମୃତ୍ୟୁ ପରେ ଶବକୁ ମେଡିକାଲରେ ପରିସରରେ ଗୁଣିଆ ଝଡ଼ାଫୁଙ୍କା କରିବା ଆଜି ସମସ୍ତଙ୍କୁ ବିସ୍ମିତ କରିଛି। ଘଟଣାରୁ ପ୍ରକାଶ, ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରୁଗୁଡ଼ି ଗ୍ରାମର ଗୁରୁଚରଣ ମହାନ୍ତଙ୍କ ପୁଅ ଦିଲ୍ଲୀପ କୁମାର ମହାନ୍ତ(୨୮)ଙ୍କୁ ଆଜି ସକାଳ ୪ଟା ବେଳେ ଘରେ ଶୋଇଥିଲେ। ଏତିକିବେଳେ ଗୋଟିଏ ବିଷାକ୍ତ ଚିତି ସାପ ଘରେ ପଶି ତାଙ୍କୁ କାମୁଡ଼ି ଦେଇଥିଲା। ତୁରନ୍ତ ତାଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ କରଞ୍ଜିଆ ହସ୍ପିଟାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ୯ଟା ୪୫ମିନିଟ ବେଳେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର