ପ୍ରତି ଗୁରୁବାର ଖୋଲା ରହିବ ଯକୃତ ପ୍ରତିରୋପଣ ଓପିଡି

କଟକ: ଏସ୍‌ସିବିରେ ପ୍ରଥମ ଲିଭର ପ୍ରତିରୋପଣ ସଫଳ ହେବାପରେ ଏଣିକି ପ୍ରତି ଗୁରୁବାର ଦିନ ଲିଭର ସଂପର୍କିତ ରୋଗ ଚିହ୍ନଟ, ଅସ୍ତ୍ରୋପଚାର ଓ ପ୍ରତିରୋପଣ ପାଇଁ ଓପିଡି ଖୋଲାଯିବ। ପୂର୍ବରୁ କେବଳ ଲିଭର ପ୍ରତିରୋପଣ ଓପିଡି ରହିଥିବା ବେଳେ ଏବେ ଏହାକୁ ଭିନ୍ନଢଙ୍ଗରେ ଆରମ୍ଭ କରାଯାଇଛି। ସୁପରସ୍ପେଶାଲିଟି ଓପିଡି କୋଠରୀ ନମ୍ବର ୧୬ ତାରିଣୀ ମନ୍ଦିର ପାଖରେ ରହିଛି। ଏହି ଓପିଡିରେ ଲିଭର ସିରୋସିସ୍‌, ଫ୍ୟାଟି ଲିଭର, ଲିଭର ଟ୍ୟୁମର, ଲିଭର କ୍ୟାନସର ଏବଂ ଲିଭର ରିସେକ୍‌ସନ୍‌ ପରି ଶଲ୍ୟ ଚିକିତ୍ସା ପ୍ରତି ଗୁରୁତ୍ବ ଦିଆଯିବ। ଯେହେତୁ ଲିଭର ପ୍ରତିରୋପଣ ପାଇଁ ଏସ୍‌ସିବି ଓ ଏଆଇଜି ମଧ୍ୟରେ ଚୁକ୍ତି କରାଯାଇଛି ତେଣୁ ମାସକୁ ଦୁଇଥର ଏଆଇଜି ଟିମ୍‌ ଏସ୍‌ସିବି ଆସିବେ ଓ ସେମାନଙ୍କ ତତ୍ବାବଧାନରେ ଓପିଡି ପରିଚାଳିତ ହେବ। ଏଆଇଜିର ପି. ବାଲାଚନ୍ଦ୍ରନ ମେନନ୍‌ଙ୍କ ତତ୍ତ୍ବାବଧାନରେ ଟିମ୍‌ ଆସିବେ। ଏହି ପ୍ରକ୍ରିୟାରେ ପ୍ରତିରୋପଣ ପାଇଁ ସ୍କ୍ରିନିଂ କରାଯାଇ ରୋଗୀ ଚିହ୍ନଟ କରାଯିବ।

ସମ୍ବନ୍ଧିତ ଖବର