ଆନ୍ଥ୍ରାକ୍ସରେ ହାତୀ ମୃତ!

କରଞ୍ଜିଆ/ କରଞ୍ଜିଆ ଗୋଲେଇ/ଠାକୁରମୁଣ୍ଡା : ଶିମିଳିପାଳ ବନାଞ୍ଚଳ କରଞ୍ଜିଆ ବନଖଣ୍ତ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ବଡ଼ବାଲିପୋଷି ସେକ୍ସନ ବଡ଼ମହୁଲଡ଼ିହା ବିଟ୍‌ର କମ୍ପାର୍ଟମେଣ୍ଟ ନ˚ ଟିଏଲ୍‌-୫ରେ ଏକ ଦନ୍ତାହାତୀର ଗଳିତ ଶବକୁ ଗତକାଲି ଠାବ କରାଯାଇଛି। ଖବରପାଇ ଆଜି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକମାନେ ହାତୀଟିର ଶବ ଜବତ କରି ବ୍ୟବଚ୍ଛେଦ କରିଥିଲେ। ପ୍ରାୟ ୩ ଦିନ ପୂର୍ବେ ହାତୀଟି ମରି ପଡ଼ିଥିବା ଅନୁମାନ କରାଯାଉଥିବାବେଳେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହେବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ବାବଦରେ ସ୍ପଷ୍ଟ ଜାଣିହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର