ଶିମିଳିପାଳରେ ତୁଷାରପାତ

ଯଶିପୁର: ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଏବେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ଆଉ ଗତ କେତେଦିନ ମଧ୍ୟରେ ପାରଦ ଏତେ ଖସିଯାଇଛି ଯେ ଶିମିଳିପାଳ ଅଭୟାରଣ୍ୟର ବନାଞ୍ଚଳ ଏବେ ଭୟଙ୍କର ଶୀତରେ ଥରୁଛି। ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗି ଘଞ୍ଚ ଅଭ୍ୟନ୍ତର ବନ ଇଲାକାରେ ଘନ ତୁଷାରପାତ ହୋଇ ବରଫ ଆସ୍ତରଣ ଜମି ରହୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର