କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ ପରଲୋକ

କବିସୂର୍ଯ୍ୟନଗର/ଆସିକା : କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମବାୟବିତ୍ ଓ କଂଗ୍ରେସ ନେତା ରାଧାଗୋବିନ୍ଦ ସାହୁଙ୍କ (୯୦) ଆଜି ସକାଳ ୭ଟା ୧୫ ମିନିଟରେ ପରଲୋକ ଘଟିଛି। ଆସିକା ଖମ୍ବେଶ୍ବରୀପାଟଣାସ୍ଥିତ ବଡ଼ ପୁଅ ନାରାୟଣଙ୍କ ବାସଭବନ‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଦିବଂଗତ ରାଧାଗୋବିନ୍ଦ ୧୯୮୦ରୁ ୧୯୮୫ ମସିହା ଏବଂ ୧୯୮୫ରୁ ୧୯୯୦ ମସିହା ପର୍ଯ୍ୟନ୍ତ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରହିଥିଲେ। ଏହା ସହ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ସମେତ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ, ଆସିକା ଲ୍ୟାଣ୍ଡ୍ ଡେଭଲପମେଣ୍ଟ୍, ଆସିକା ବହୁମୁଖୀ ସମବାୟ ସଂସ୍ଥାର ନିର୍ଦ୍ଦେଶକ ସମେତ ଗଞ୍ଜାମ ଜିଲ୍ଲା କୋପରେଟିଭ୍ ୟୁନିଅନର ସଭାପତି ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ସକା‌ଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର