ପ୍ରଥମ ସପ୍ତାହରେ ରାଓ-ନବୀନ ଭେଟଘାଟ

ଭୁବନେଶ୍ୱର: ଆସନ୍ତା ମାସ ପ୍ରଥମ ସପ୍ତାହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ରାଓ ଉଦ୍ୟମ କରୁଥିବା ପରିପ୍ରେକ୍ଷୀରେ ତାଙ୍କ ଗସ୍ତକୁ ନେଇ ଆରମ୍ଭ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସମ୍ଭବତଃ ବିଜେଡିକୁ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା ପାଇଁ ଶ୍ରୀ ରାଓ ବିଧିବଦ୍ଧ ନିମନ୍ତ୍ରଣ କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଆସୁଛନ୍ତି। ଏହି ସମୟରେ ରାଓ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ। ଏଥିରେ ଥାର୍ଡ ଫ୍ରଣ୍ଟ କିମ୍ବା କୌଣସି ରାଜନୈତିକ ପ୍ରସଙ୍ଗ ସ୍ଥାନ ପାଇବ ନାହିଁ।

ସମ୍ବନ୍ଧିତ ଖବର