ସିପ୍ରାଙ୍କ ସମର୍ଥନରେ ନବୀନ ନିବାସ ଆଗରେ ନାରାବାଜି

ଭୁବନେଶ୍ବର : କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଆଜି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ଶତାଧିକ ସମର୍ଥକ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି। ଶ୍ରୀତରାଇ ଦୁଇ ଦୁଇଥର ପ୍ରାର୍ଥିପତ୍ରରେ ଜାଲ କରି ନିର୍ବାଚିତ ହୋଇଥିବା ନେଇ ଶ୍ରୀମତି ମଲ୍ଲିକଙ୍କ ସମର୍ଥକମାନେ ଅଭିଯୋଗ କରିବା ସହ ଏଥରକ ଟିକେଟ ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକଙ୍କୁ ଦେବାକୁ ଦାବି କରିଥିଲେ। କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ସଭାପତି କାହାକୁ ଟିକେଟ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର