‘ତିତ୍‌ଲି’ ପ୍ରଭାବ : ପୂର୍ବତଟ ରେଳପଥ ଅଧୀନରେ ଥିବା ଏକାଧିକ ଷ୍ଟେସନ କ୍ଷତିଗ୍ରସ୍ତ ଯୋଗୁଁ ୧୧ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ‘ତିତ୍‌ଲି’ ପ୍ରଭାବରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଏକାଧିକ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପଲାସା ଷ୍ଟେସନ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଏହାବ୍ୟତୀତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଦ୍ରପ୍ରଦେଶରେ ଥିବା ବିଭିନ୍ନ ଷ୍ଟେସନର ପ୍ଲାଟ୍‌ଫର୍ମ ସେଲଟର‌୍‌ ଓ ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକ କ୍ଷତିଗସ୍ତ ହୋଇଛି। ପଲାସା-କୋଟ୍ଟାବୋମାଲି ଷ୍ଟେସନ ମଧ୍ୟରେ ସିଗ୍‌ନାଲ୍‌ ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ ବିଦ୍ୟୁତ୍‌ ସ˚ଯୋଗ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁର ଓ କୋଟ୍ଟାବୋମାଲି ମଧ୍ୟରେ ଟ୍ରାକ୍‌ ଉପରେ ଗଛ ଭାଙ୍ଗିପଡ଼ିବା ହେତୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆଶ୍ବାସନାର ବିଷୟ ହେଉଛି ଯେ ଭୁବନେଶ୍ବର-ବ୍ରହ୍ମପୁର ମଧ୍ୟରେ ସେଭଳି କୌଣସି ପ୍ରଭାବ ପଡ଼ିନି।

ବତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଗତ ୧୦ରୁ ୧୩ ତାରିଖ ମଧ୍ୟରେ ୧୧ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ୧୨ ତାରିିଖ ପାଇଁ ହାୱଡ଼ାରୁ ଛାଡ଼ୁଥିବା ହାୱାଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ହାୱଡା-ଯଶବନ୍ତପୁର ଏକ୍ସ‌େପ୍ରସ୍‌, ବାଙ୍ଗା‌ଲୁରୁ-ଭୁବନେଶ୍ବର ପ୍ରଶାନ୍ତି ଏକ୍ସପ୍ରେସ୍‌, ୧୩ ତାରିଖ ପାଇଁ ଯଶବନ୍ତପୁର-ବାଗଲପୁର ଏକ୍ସପ୍ରେସ୍‌ ବାତିିଲ୍‌ କରାଯାଇଛି। ୧୧ ତାରିଖ ପାଇଁ ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍‌, ଭୁବନେଶ୍ବର-ବିଶାଖାପାଟନାମ୍‌-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌କୁ ଉଭୟ ପଟରୁ ବାତିଲ୍‌ ହୋଇଥିବା ବେଳେ ବିଶାଖାପାଟଣାନମ୍‌ରୁ ଛାଡ଼ୁଥିବା ବିଶାଖାପାଟନାମ୍‌-ଦୀଘା ଏକ୍ସପ୍ରେସ୍‌, ହାୱଡାରୁ ଛାଡ଼ିବାକୁ ଥିବା ହାୱଡା-ହାଇଦ୍ରାବାଦ ପୂର୍ବତଟ ଏକ୍ସ‌େପ୍ରସ୍‌କୁ ବାତିଲ୍‌ କରାଯାଇଛି। ୧୦ ତାରିଖରେ ଯଶବନ୍ତପୁରରୁ ଛାଡ଼ିବାକୁ ଥିବା ଯଶବନ୍ତପୁର-ହାଵଡା ଏକ୍ସପ୍ରେସ୍‌, ବାଙ୍ଗାଲୁରୁରୁ ଛାଡ଼ିବାକୁ ଥିବା ବାଙ୍ଗାଲୁରୁ କ୍ୟାଣ୍ଟ-ଗୋହ୍ବାଟି ଏକ୍ସପ୍ରେସ୍‌, ଯଶବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ୍‌ ବାତିଲ୍‌ ହୋଇଛି।

ବାତ୍ୟା ପରେ ସ୍ଥିତିରେ ସୁଧାର ଆସିଥିବାରୁ ବାତିଲ୍‌ ଓ ଗତିପଥ ପରିବର୍ତନ ହୋଇଥିବା ୬ଟି ଟ୍ରେନ୍‌ ପୁଣିଥରେ ଚଳାଚଳ କରିବାକୁ ନିିଷ୍ପତ୍ତିି ହୋଇଛି। ସେହି ଟ୍ରେନ୍‌ଗୁଡ଼ିକ ହେଲା ହାୱଡ଼ା ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍‌, ହାୱଡା-ଚେନ୍ନାଇ ମେଲ୍‌, ସାଲିମାର-ନାଗରକୋଇଲି ଗୁରୁଦେବ ଏକ୍ସପ୍ରେସ୍‌, ହାୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ହାୱଡା-ତିରୁଚ୍ଚିଲ୍ଲାପାଲ୍ଲି ଏକ୍ସପ୍ରେସ୍‌, କାମାକ୍ଷା-ଯଶବନ୍ତପୁର ଏସି ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ଗତିପଥରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଯୋଗୁଁ ୫ଟି ଟ୍ରେନ୍‌ର ସମୟ ସାରଣୀରେ ପରିବର୍ତନ କରାଯାଇଛି।

ସମ୍ବନ୍ଧିତ ଖବର