ଗର୍ଲଫ୍ରେଣ୍ଡଙ୍କୁ କେବେ ବାହା ହେଉଛନ୍ତି କପିଲ ଶର୍ମା ?
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ତଥା ଟେଲି ଦୁନିଆର ଜଣାଶୁଣା ଉପସ୍ଥାପକ ତଥା କମେଡିଆନ୍ କପିଲ ଶର୍ମା ପୁଣି ଚର୍ଚ୍ଚାରେ ଅଛନ୍ତି। ସେ ଏବେ ନିଜର ଗର୍ଲ ଫ୍ରେଣ୍ଡ ଗିନ୍ନି ଚିତରଥ୍ଙ୍କୁ ନେଇ ବେଶ୍ ଚର୍ଚ୍ଚିତ ହେଉଛନ୍ତି। କିଛି ଦିନ ତଳେ ଯେତେବେଳେ କପିଲ ତାଙ୍କର ଗର୍ଲଫ୍ରେଣ୍ଡ ଗିନ୍ନି ଚିତରଥ୍ଙ୍କ ସହ ଶିରଡିରେ ପହଞ୍ଚିଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଠାକ୍ ଅଛି ବୋଲି କୁହାଗଲା। କିନ୍ତୁ ଏହା ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଗିନ୍ନିଙ୍କ ସହ କପିଲଙ୍କର ବ୍ରେକ୍ ଅପ୍ ହୋଇଥିଲା। କିନ୍ତୁ ଉଭୟଙ୍କର ପବ୍ଲିକ୍ ଆପିଅରାନସ୍ ଏକଥାରେ ପୂର୍ଣ୍ଣଛେଦ ଟାଣିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଆଉ ଏକ ଖୁଲାସା ହୋଇଛି । ତାହା ହେଲା ଯେ କପିଲ ଶର୍ମା ତାଙ୍କର ଗର୍ଲଫ୍ରେଣ୍ଡ ଗିନ୍ନି ଚିତରଥ୍ଙ୍କ ହାତ ଧରିବେ। ତେବେ ଏଯାବତ୍ ବାହାଘର ତାରିଖ ଫାଇନାଲ୍ ହୋଇ ନାହିଁ। କିନ୍ତୁ ତାଙ୍କର ନିକଟତମ ସୂତ୍ରରୁ ଜଣାଯାଉଛି ଯେ ଉଭୟେ ଆର ବର୍ଷ ବାହା ହେବେ। ବାହାଘର ପାଇଁ କପିଲଙ୍କ ଉପରେ ଉଭୟ ପରିବାରୁ ଚାପ ପଡ଼ୁଛି। କୁହାଯାଉଛି ଯେ କପିଲଙ୍କ ମାଆ ବି ଗିନ୍ନି ଚିତରଥ୍ଙ୍କୁ ବୋହୁଭାବେ ଦେଖିବାକୁ ଚାହୁଁଛନ୍ତି। ଇତିମଧ୍ୟରେ କପିଲ ଶର୍ମା ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସେ ମଦ୍ୟପାନ ବି କରୁ ନଥିବା କୁହାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ କପିଲ ଶର୍ମାଙ୍କ ସିନେମା ‘ଫିରଙ୍ଗୀ’ ଆଗାମୀ ନଭେମ୍ବର ୨୪ ତାରିଖରେ ମୁକ୍ତିଲାଭ କରିବ। ଏଥିରେ କପିଲ ଶର୍ମାଙ୍କ ବିପକ୍ଷରେ ନାୟିକା ତନୁଶ୍ରୀ ଦତ୍ତଙ୍କ ଭଉଣୀ ଈଶିତା ଦତ୍ତ ଅଭିନୟ କରିଛନ୍ତି। ‘ଫିରଙ୍ଗୀ’ର ପ୍ରଯୋଜକ ବି ନିଜେ କପିଲ ଶର୍ମା। ଏହାପୂର୍ବରୁ ସେ ଅନ୍ୟ ଏକ ସିନେମା ‘କିସ୍ କିସକୋ ପ୍ୟାର କରୁଁ’ରେ ବି ନାୟକ ବନିଥିଲେ ଏବଂ ତାହାର ପ୍ରଯୋଜକ ବି ଥିଲେ। ଉକ୍ତ ସିନେମାର ନିର୍ଦ୍ଦେଶନା ଦେଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ଯୋଡି ଅବ୍ଦାସ-ମସ୍ତାନ୍। ଏହାପରେ କପିଲ ପୁଣି ଛୋଟ ପରଦାରେ ନିଜର କମେଡି ସୋ‘ ନେଇ ଫେରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।