୩ ଦିନ ମହାସମାଧିରେ ରହିବା ପରେ ବନ୍ଧୁ ରାମକୃଷ୍ଣ ପରମହଂସଙ୍କ ପାଇଁ ଶରୀରକୁ ଫେରିଥିଲେ ବାବା, ଜାଣନ୍ତୁ ଶିରିଡ଼ି ସାଇଙ୍କ ସଂପର୍କିତ ଏହି ଅଲୌକିକ କାହାଣୀ
କଳିଯୁଗର ଜୀବନ୍ତ ଈଶ୍ୱର ଭାବେ ଅନେକ ଲୋକେ ଶିରିଡି ସାଇବାବାଙ୍କୁ ବିଶ୍ୱାସ କରନ୍ତି। କେହି କେହି ଈଶ୍ୱର ବୋଲି ବିଶ୍ୱାସ ନକଲେ ବି ମହାପୁରୁଷ ହିସାବରେ ସମ୍ମାନ କରନ୍ତି। ଏହି ମହାପୁୁରୁଷ ଯେଉଁଭଳି ଭାବେ ମହାସମାଧି ନେଇ ପୁଣି ଥରେ ନିଜ ଶରୀରକୁ ଫେରିଥିଲେ ତାହା ଆଜି ବି ସମସ୍ତଙ୍କୁ ଚକିତ କରାଏ।
Sambad is now on WhatsApp
Join and get latest news updates delivered to you via WhatsApp
୧୮୮୬ ମସିହାର କଥା। ବାବା ନିଜର ପରମ ମିତ୍ର ମହଲସ୍ପତିଙ୍କୁ ତାଙ୍କ ଶରୀରକୁ ରକ୍ଷା କରିବାକୁ କହି ସମାଧି ନେଇଥିଲେ। ସେ କହି ଯାଇଥିଲେ କି ୩ ଦିନ ପର୍ଯ୍ୟନ୍ତ ଯଦି ଆତ୍ମା ଶରୀରକୁ ନ ଫେରେ ତେବେ ତୁମେ ମୋ ଶରୀରକୁ ସମାଧି ଦେଇ ସେଠାରେ ଦୁଇଟି ପତାକା ଲଗାଇ ଦେବ। ମୋତେ ଶ୍ରଦ୍ଧା କରୁଥିବା ଲୋକେ ଆସି ମୋର ଶେଷ ଦର୍ଶନ କରିବାର ସୁଯୋଗ ପାଇବେ।
ଏତିକି କହିବା ପରେ ବାବା ନିଜ ଶରୀର ତ୍ୟାଗ କରିଥିଲେ। ଡାକ୍ତରୀ ଭାବେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାବାଙ୍କ ଶରୀର ୩ ଦିନ ଧରି ମହଲସ୍ପତିଙ୍କ କୋଳରେ ପଡ଼ି ରହିଥିଲା। ତାଙ୍କର ଶ୍ରଦ୍ଧାଳୁମାନେ ଘେରି ରହି ବାବାଙ୍କ ଶରୀରକୁ ଜଗି ବସିଥିଲେ। ଶେଷରେ ୩ ଦିନ ପରେ ବାବା ପୁଣି ଥରେ ଶରୀରକୁ ଫେରିଥିଲେ।
ତତ୍କାଳୀନ ସମୟରେ ମାଆ କାଳିଙ୍କ ପରମ ଭକ୍ତ ରାମକୃଷ୍ଣ ପରମହଂସ ଖୁବ୍ ଅସୁସ୍ଥ ଥାଆନ୍ତି। ତାଙ୍କର ସାଇବାବାଙ୍କ ସହ ଉତ୍ତମ ବନ୍ଧୁତ୍ୱ ଥାଏ। ସାଇବାବା ଶରୀରକୁ ଫେରିବା ପରେ ବ୍ୟକ୍ତ କରିଥିଲେ କି ସେ ଈଶ୍ୱରଙ୍କ ପାଖକୁ ସବୁଦିନ ପାଇଁ ଚାଲିଯବାକୁ ଚାହିଁଥିଲେ। ମାତ୍ର ତାଙ୍କ ବନ୍ଧୁ ଗଙ୍ଗାଧର(ରାମକୃଷ୍ଣ ପରମହଂସ)ଙ୍କ ପାଇଁ ତାଙ୍କୁ ପୁଣି ଥରେ ଫେରିବାକୁ ପଡ଼ିଲା। ସତକୁ ସତ ସାଇବାବାଙ୍କ ଆତ୍ମା ଶରୀରକୁ ଫେରିବା ପରେ ହିଁ ପରମହଂସଙ୍କ ଦେହାନ୍ତ ହୋଇଥିଲା। ତା’ପରେ ବାବା ପୁଣି ଅନେକ ବର୍ଷ ପର୍ଯ୍ୟନ୍ତ ଶିରିଡ଼ିରେ ବଞ୍ଚି ରହିଥିଲେ। ଶେଷରେ ୧୯୧୮ ମସିହା ଅକ୍ଟୋବର ୧୫ ତାରିଖରେ ବାବା ସମାଧି ନେଇ ଇହଧାମ ତ୍ୟାଗ କରିଥିଲେ।
ସୌଜନ୍ୟ: ସ୍ପିକିଂ ଟ୍ରି