ଜୀବନ ସାରା ଭିକ ମାଗି ବ୍ୟାଙ୍କ ଆକାଉଣ୍ଟରେ ୬.୬୧ଲକ୍ଷ ଟଙ୍କା ରଖିଥିଲେ ବୃଦ୍ଧା, ମୃତ୍ୟୁ ପରେ ସହିଦ୍ଙ୍କ ପରିବାରକୁ ଦାନ କରି ତାଙ୍କ ଶେଷ ଇଚ୍ଛା ପୂରଣ କଲେ ଟ୍ରଷ୍ଟି
ଅଜ୍ମେର : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଭାରତର ଏକ ବଡ଼ କ୍ଷତି କରିଥିବା ବେଳେ ଏହି କ୍ଷତିକୁ ପୂରଣ କରିବା ପାଇଁ ଦେଶବାସୀ ଏକଜୁଟ ହୋଇଛନ୍ତି । କେବଳ ସାନ୍ତ୍ୱନା ନୁହେଁ, ପୁଲଓ୍ଵାମାରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଲୋକମାନେ ଅର୍ଥ ଯୋଗାଡ଼ କରିବା ଆରମ୍ଭ କରିଛନ୍ତି । କଳାକାରମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି କାମରେ ଲାଗି ପଡ଼ିଛନ୍ତି। ଏ ମଧ୍ୟରେ ଜଣେ ଭିକାରିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬.୬୧ଲକ୍ଷ ଟଙ୍କା ସହିଦ୍ଙ୍କ ପରିବାରକୁ ଆସିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନନ୍ଦିନୀ ଶର୍ମା ଅଜ୍ମେରରେ ଥିବା ଅମ୍ବେ ମାତା ମନ୍ଦିର ବାହାରେ ବସି ଭିକ ମାଗନ୍ତି । ପ୍ରତିଦିନ ସେ କିଛି କିଛି ଟଙ୍କା ସଞ୍ଚୟ କରି ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ । ଏହା ସହ ନିଜ ଆକାଉଣ୍ଟର ଦେଖାଶୁଣା କରିବା ପାଇଁ ସେ ଦୁଇ ଜଣଙ୍କୁ ଟ୍ରଷ୍ଟି କରିଥିଲେ । ସେ ଯିବା ପରେ ତାଙ୍କର ଜମା ଟଙ୍କା ଦେଶର ଭଲ ପାଇଁ ବା ସମାଜର ସାହାଯ୍ୟରେ ଆସୁ ବୋଲି ସେ ଚାହୁଁଥିଲେ । ଅଗଷ୍ଟ ୨୦୧୮ରେ ତାଙ୍କର ମୃତ୍ୟୁ ହେବା ପରେ ଦୁଇ ଜଣ ଟ୍ରଷ୍ଟି ଜମା ଟଙ୍କାଙ୍କୁ କେଉଁ ଭଲ କାମରେ ଲଗାଇବା ସେ ନେଇ ଚିନ୍ତାରେ ଥିଲେ । ଫେବୃଆରି ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେ ନନ୍ଦିନୀ ଦେବୀଙ୍କ ଜମା ଟଙ୍କା ସହିଦ୍ଙ୍କ ପରିବାରକୁ ଦେବେ ବୋଲି ମନସ୍ଥ କରିଥିଲେ । ଯାହା ପରେ ନନ୍ଦିନୀ ଶର୍ମାଙ୍କ ଜମା ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପଠାଇ ଦିଆ ଯାଇଥିଲା ।