ପୁଲଓ୍ଵାମା ଆକ୍ରମଣ ପରେ ଯଦି କେହି ଅହିଂସା ଏବଂ ଶାନ୍ତିର ଭାଷଣ ଦିଏ, ତା’ ମୁହଁରେ କଳା ବୋଳି ଗଧ ପିଠିରେ ବସାଇ ଚାପୁଡ଼ା ମାରିବା ଦରକାର : କଙ୍ଗନା ରାନାଓ୍ଵତ୍‌

ମୁମ୍ବାଇ : ଫେବୃଆରି ୧୪ରେ ପୁଲଓ୍ଵାମା ଜିଲ୍ଲାରେ ଯେଉଁ ହୃଦୟ ଥରାଇବା ଭଳି ଘଟଣା ଘଟିଥିଲା, ତାହା ଏବେ ବି ସବୁ ଭାରତବାସୀଙ୍କ ମନରେ ପ୍ରତିଶୋଧର ନିଆଁ ହୋଇ ଜଳୁଛି । ପାକିସ୍ତାନର ଏଭଳି କାପୁରୁଷ କାମର ଉଚିତ୍‌ ଜବାବ ଦିଆ ଯାଉ ବୋଲି ଲୋକମାନେ ଦାବି କରୁଥିବା ବେଳେ କିଛି ଲୋକ ଅହିଂସା ଉପାୟରେ ଏହି ପରିସ୍ଥିତିର ସମାଧାନ ପାଇଁ ଅନୁରୋଧ କରୁଛନ୍ତି । ଏହାକୁ ନେଇ ଶେଷରେ ନିଜ ମୁହଁ ଖୋଲିଛନ୍ତି ଅଭିନେତ୍ରୀ କଙ୍ଗନା ରାନାଓ୍ଵତ।

ସେ କହିଛନ୍ତି, ‘ପାକିସ୍ତାନ ଆମ ଦେଶକୁ କ୍ଷତି ପହଞ୍ଚାଇବା ସହ ଆମର ଆତ୍ମସମ୍ମାନକୁ ମାଟିରେ ମିଶାଇଛି । ସେ ଏଭଳି ଆକ୍ରମଣ କରି ଆମକୁ ଖୋଲାଖୋଲି ଭାବରେ ଧମକ ଦେଇଛି । ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଉଚିତ୍‌ ଦଣ୍ଡ ଦେବାକୁ ହେବ । ନ ହେଲେ ସେମାନେ ଆମ ଚୁପ୍‌ ରହିବାକୁ ଆମର ଦୁର୍ବଳତା ବୋଲି ଭାବି ନେବେ । ଆମର ବାହାଦୁର୍‌ ଯବାନଙ୍କୁ ହତ୍ୟା କରିବା ଆମ ମାନଙ୍କ ପେଟରେ ଛୁରା ମାଡ଼ କରିବା ଭଳି । ଏତେ ସବୁ ହେବା ପରେ ଯଦି କିଏ ଅହିଂସା ଏବଂ ଶାନ୍ତି ବିଷୟରେ ଭାଷଣ ଦେବ, ତା’ ମୁହଁରେ କଳା ବୋଳି ତାଙ୍କୁ ଗଧ ପିଠିରେ ବସାଇ ଦେବା ଦରକାର । ଚାପୁଡ଼ା ପରେ ଚାପୁଡ଼ା ମାରି ତାକୁ ବୁଲାଇବା ଦରକାର।’

Hindustan

ପାକିସ୍ତାନକୁ ନେଇ କଙ୍ଗନାଙ୍କ ଏଭଳି ବୟାନକୁ ସହି ପାରି ନଥିଲେ ପାକିସ୍ତାନୀ ଅଭିନେତ୍ରୀ ରାବିୟା ବଟ୍ଟ । କଙ୍ଗନା ଏବେ ନିଜ ଚେହେରା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ମଣିକର୍ଣ୍ଣିକାକୁ ନେଇ ଯେମିତି କିଛି ବିବାଦୀୟ ଚର୍ଚ୍ଚା ନ ହେଉ, ସେ ନେଇ ସେ ଦେଶର ସ୍ୱର ବନି ଯାଇଛନ୍ତି । ଯଦି କେହି ନିଜ ପେସାଦାର ଜୀବନରେ କୌଣସି ସମସ୍ୟା ଦେଇ ଗତି କରୁଛି । ତାକୁ କଙ୍ଗନାଙ୍କ ଭଳି ରାଷ୍ଟ୍ରବାଦ ଉପରେ ଭାଷଣ ମାରିବା ଆରମ୍ଭ କରିଦେବା ଦରକାର ବୋଲି ରାବିୟା କହିଛନ୍ତି ।

ସମ୍ବନ୍ଧିତ ଖବର