ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଖେଳ ଜଗତ କ୍ରମାଗତ ଭାବରେ ପ୍ରଣାମ କରୁଛି। ପାକିସ୍ତାନ ଅଭିନନ୍ଦନଙ୍କୁ ଶୁକ୍ରବାର ଭାରତକୁ ହସ୍ତାନ୍ତର କରିଥିଲା। ଅଭିନନ୍ଦନ ଭାରତ ଫେରିବା ପରେ ଟିମ୍ ଇଣ୍ଡିଆର ସିଦ୍ଧାର୍ଥ କାଉଲ୍, ରବିଚନ୍ଦ୍ରନ ଅଶ୍ୱିନ, କେଏଲ୍ ରାହୁଲ, କିଦାମ୍ବି ଶ୍ରୀକାନ୍ତ, ବବିତା ଫୋଗାନ ସ୍ୱାଗତ କରି ବହୁ ପ୍ରଶଂସା କରିଛନ୍ତି। ଅଭିନନ୍ଦନ ମାର୍ଚ୍ଚ ୧ରେ ଅଟାରୀ ସୀମାରେ ପହଂଚିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟୁଇଟ୍ କରିଥିଲା। ବିସିସିଆଇ ଓ୍ଵିଙ୍ଗ୍ କମାଣ୍ଡରଙ୍କ ନାଁରେ ସ୍ୱତନ୍ତ୍ର ଜର୍ସି ଉନ୍ମୋଚନ କରିଥିଲା। ଜର୍ସି ପଛରେ ୧ ଏବଂ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ଉଲ୍ଲେଖ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
#WelcomeHomeAbhinandan You rule the skies and you rule our hearts. Your courage and dignity will inspire generations to come ?? #TeamIndia pic.twitter.com/PbG385LUsE
— BCCI (@BCCI) March 1, 2019
କେଏଲ୍ ରାହୁଲ ଓ୍ଵଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମ୍ମାନରେ ବିସିସିଆଇ ଦ୍ୱାରା ଉନ୍ମୋଚିତ ଜର୍ସିର ଫଟୋକୁ ସେୟାର କରିଛନ୍ତି। ଏଥି ସହିତ ସେ ଲେଖିଛନ୍ତି, ଆମେ ଆପଣଙ୍କୁ ସଲାମ କରୁଛୁ। ଆମେ ଖୁସି ଅନୁଭବ କରୁଛୁ ଯେ, ଆପଣଙ୍କ ଭଳି ଲୋକମାନେ ଦେଶକୁ ରକ୍ଷା କରୁଛନ୍ତି। ସିଦ୍ଧାର୍ଥ କାଉଲ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଓ୍ଵାଘା ସୀମାର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏହି ଫଟୋ ସବୁଦିନ ପାଇଁ ମନେ ରହିବ। ଅଭିନନ୍ଦନଙ୍କୁ ଅଭିନନ୍ଦନ ବୋଲି ସିଦ୍ଧାର୍ଥ ଲେଖିଛନ୍ତି।
A hero is more than just four letters. Through his courage, selflessness and perseverance, OUR HERO teaches us to have faith in ourselves.#WelcomeHomeAbhinandan
Jai Hind ??
— Sachin Tendulkar (@sachin_rt) March 1, 2019
କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଲେଖିଛନ୍ତି, ମୁଁ ଏଭଳି ମହାନ ହିରୋ ବିଶ୍ୱରେ ଦେଖି ନାହିଁ। ଅଭିନନ୍ଦନ ଆପଣଙ୍କୁ ସ୍ୱାଗତ। କ୍ରୁଣାଳ ପାଣ୍ଡ୍ୟା ମଧ୍ୟ ଅଭିନନ୍ଦନଙ୍କ ସାହସିକତାକୁ ପ୍ରଣାମ କରିଛନ୍ତି। ସେ ଲେଖିଛନ୍ତି ଆପଣ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ। ବୀରେନ୍ଦ୍ର ସେହଓ୍ଵାଗ, ଗୌତମ ଗମ୍ଭୀର, ମହମ୍ମଦ କୈଫ, ଆକାଶ ଚୋପ୍ରା, ସଚିନ ତେନ୍ଦୁଲକର ଓ ଓ୍ଵାସିଂଟନ ସୁନ୍ଦର ମଧ୍ୟ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇଛନ୍ତି।