ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ
ମୁମ୍ବାଇ : ଦୀର୍ଘ ଦିନର ଅପେକ୍ଷା ପରେ ଶେଷର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍ । ରାଜୀବ ଏବଂ ତାଙ୍କ ପ୍ରେମିକା ଚାରୁ ଅସୋପା କୋର୍ଟରେ ବିବାହ କରିଥିବା ଜଣା ପଡ଼ିଛି । ମାସେ ପୂର୍ବରୁ ସୁସ୍ମିତା ଫଟୋ ସେୟାର କରିବା ସହ ଖୁବ୍ ଶୀଘ୍ର ତାଙ୍କ ଭାଇ ବିବାହ କରିବେ ବୋଲି ଜଣାଇଥିଲେ । ଏବେ ରାଜୀବ ଏବଂ ଚାରୁ ଦୁହେଁ ନିଜ ଇନ୍ଷ୍ଟା ଆକାଉଣ୍ଟରେ ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜୀବ ଫଟୋ ସେୟାର କରି କ୍ୟାପ୍ସନରେ, ମୁଁ ରାଜୀବ ସେନ୍ ଚାରୁ ଅସୋପାଙ୍କୁ ମୋ ପତ୍ନୀ ଭାବେ ଗ୍ରହଣ କରୁଛି ବୋଲି ଲେଖିଥିଲେ । ଦୁହେଁ ଏବେ ସାଧା ସିଧା ଭାବରେ ବିବାହ କରିଥିବା ବେଳେ ପରେ ଭବ୍ୟ ସମାରୋହ କରି ବିବାହ ଭୋଜି ରଖିବେ ବୋଲି ଜଣା ପଡ଼ିଛି । ତେବେ ଦୁହିଁଙ୍କ ଏହି ଖୁସିର ସମୟରେ ଭଉଣୀ ସୁସ୍ମିତା ନଜର ଆସି ନଥିବା ଦେଖା ଯାଇଛି ।