ଜ୍ୱରରେ କମ୍ପୁଥିବା ମା’କୁ ଷ୍ଟେସନ୍ରେ ଛାଡି ଚାଲିଗଲା ପୁଅ, ରେଳ ପୁଲିସ ଦେବଦୂତ ସାଜି ପହଞ୍ଚିଲା
ମଥୁରା: ଉତ୍ତରପ୍ରଦେଶର ମଥୁରା ସହରରେ ମଙ୍ଗଳବାର ରେଲୱେ ପ୍ରେକେଟକସନ୍ ଫୋର୍ସ ଜଣେ ୮୦ବର୍ଷୀୟ ବୃଦ୍ଧ ମହିଳାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ଜ୍ୱରରେ କମ୍ପୁଥିବା ଏହି ବୃଦ୍ଧ ମହିଳାଙ୍କୁ ରେଳ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଷ୍ଟେସନ୍ ପରିସରରେ ଦେଖିବାକୁ ପାଇଥିଲା। ଏହାପରେ ଚିକିତ୍ସା ପାଇଁ ‘ଆପନା ଘର’ ଆଶ୍ରମକୁ ପଠାଇ ଦେଇଥିଲା।
ରେଳବାଇ ପୁଲିସ ଫୋର୍ସର ମଥୁରା ଜଙ୍କସନ୍ ମୁଖପାତ୍ର ଚନ୍ଦ୍ରଭାନ୍ ପ୍ରସାଦଙ୍କ କହିବାନୁସାରେ, ମଙ୍ଗଳବାର ସକାଳେ ଆରପିଏଫ୍ଙ୍କ ଏକ ଟିମ ମଥୁରା ଷ୍ଟେସନ୍ର ଏକ ଟେବୁଲ୍ରେ ଉକ୍ତ ବୃଦ୍ଧ ମହିଳା ଶୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କ ପାଖରେ ଟିମ୍ ପହଞ୍ଚିଲା ବେଳକୁ ସେ ସମ୍ପୂର୍ଣ୍ଣ ଭାବେ ଜ୍ୱରରେ କମ୍ପୁଥିଲେ। ତାଙ୍କୁ ଏହି ଘଟଣା ବିଷୟରେ ପଚରା ଯାଇଥିଲା, କିନ୍ତୁ ଭାଷାଗତ ତ୍ରୁଟି ହେତୁ କିଛି ସୂଚନା ମିଳି ପାରି ନଥିଲା। ଔଷଧ ଖାଇବା ପରେ ବୃଦ୍ଧା ମହିଳାଙ୍କୁ ଟିକେ ଭଲ ଲାଗିଥିଲା। ଏହାପରେ ସେ ଯେତିକି କଥା କହିଥିଲେ ସେଥିରୁ ଜଣାପଡ଼ିଥିଲା କି ତାଙ୍କ ପୁଅ ତାଙ୍କୁ ଏଭଳି ଅବସ୍ଥାରେ ଛାଡି ଚାଲି ଯାଇଥିଲା। ଏହି ଘଟଣା ତଦନ୍ତ ଆରମ୍ଭ ହୋଇଯାଇଛି ।