ବ୍ରିଲିଆଣ୍ଟ କପ୍ ସେମିରେ ୟୁନିୟନ ସ୍ପୋର୍ଟିଂ
ପାଣିକୋଇଲି: ପାଣିକୋଇଲି ମହାବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ରିଲିଆଣ୍ଟ କପ୍ କ୍ରିକେଟ୍ ପ୍ରତିଯୋଗିତାର ରବିବାର ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ବିସିସି ପାଣିକୋଇଲିକୁ ୭ ୱିକେଟରେ ହରାଇ କଟକର ୟୁନିୟନ ସ୍ପୋର୍ଟିଂ ସେମିଫାଇନାଲ ସ୍ଥାନ ପକ୍କା କରିଛି। ବିସିସି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୯ ରନ୍ କରିଥିଲା। ଅଭିଳାଷ ରାଉତରାୟ ୩୧ ରନ୍ କରିଥିଲା ବେଳେ ୟୁନିୟନ୍ ସ୍ପୋର୍ଟିଂ ପକ୍ଷରୁ ନିରଞ୍ଜନ ବାରିକ ୨୧ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ୟୁନିୟନ ସ୍ପୋଟିଂ ୧୬.୨ ଓଭରରେ ୩ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା। କାମେଶ୍ୱର ବାରିକ ଅପରାଜିତ ୫୪ ରନ୍ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟବସାୟୀ କେଶବ ଚନ୍ଦ୍ର ରାଓଭୁକ୍ତା ୟୁନିୟନ ସ୍ପୋଟିଂର କାମେଶ୍ୱରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ହିମାଂଶୁ ଲାଲ, କ୍ରୀଡାବିତ୍ ଜିଲ୍ଲା କବାଡି ସଂଘର ସଂପାଦକ ରମେଶ ପଣ୍ଡା, ଜବାହାର ଖାଁ ଉପସ୍ଥିତ ଥିଲେ। ଅମ୍ପାୟାର ଦୁର୍ଗା ପ୍ରସାଦ ପଟ୍ଟନାୟକ, ଶିଶିର କୁମାର ସାହୁ. ସ୍କୋରର ସ୍ମାରକ ସାହୁ, ଧାରାବିବରଣୀ ଆନନ୍ଦ ରଣା, ସେକ୍ ଜହର ଅଲ୍ଲୀ ପ୍ରଦାନ କରିଥିଲେ। ସୋମବାର ସେମିଫାଇନାଲ୍ରେ ଉଦଳା ଓ ୟୁନିୟନ ସ୍ପୋର୍ଟିଂ ଏବଂ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ଓ କଟକର ଜୁଭେନାଇଲ ସ୍ପୋର୍ଟିଂ ମୁହାଁମୁହିଁ ହେବେ।