ବାଂଲାଦେଶରେ କରୋନାଭାଇରସ୍ ସଂକ୍ରମଣ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଢାକା ଗସ୍ତ ବାତିଲ
ନୂଆଦିଲ୍ଲୀ: ବାଂଲାଦେଶରେ କରୋନାଭାଇରସ୍ ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଢାକା ଗସ୍ତ ବାତିଲ କରାଯାଇଛି। ବାଂଲାଦେଶର ଜନକ ଶେଖ୍ ମୁଜିବୁର୍ ରେହମନ୍ଙ୍କ ଜନ୍ମଶତବାର୍ଷିକୀ ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ ୧୭ ତାରିଖ ରାଜଧାନୀ ଢାକା ଗସ୍ତରେ ଯାଇଥାଆନ୍ତେ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନାଭାଇରସ୍ ବ୍ୟାପିବା ଆଶଙ୍କା ଥିବାରୁ ମାର୍ଚ ୧୭ ତାରିଖ ଦିନ ହେବାକୁ ଥିବା ଶେଖ୍ ମୁଜିବୁର୍ ରେହମନ୍ଙ୍କ ଜନ୍ମଶତବାର୍ଷିକୀ ଉତ୍ସବ ମଧ୍ୟ ବାଂଲାଦେଶ ସରକାର ବାତିଲ କରିଛନ୍ତି। ବିନା କୌଣସି ଜନସମାଗମରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏହି ଉତ୍ସବର କେବଳ ଉଦ୍ଘାଟନ କରିବେ ବୋଲି କୁହାଯାଉଛି।
ମାର୍ଚ ୧୭ ତାରିଖ ଦିନ ଢାକାର ନ୍ୟାସ୍ନାଲ୍ ପରେଡ୍ ସ୍କ୍ଵାୟାର୍ ଠାରେ ହେବାକୁ ଥିବା ରେହମନ୍ଙ୍କ ଜନ୍ମଶତବାର୍ଷିକୀର ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଅଭିଭାଷଣ ପ୍ରଦାନ କରିଥାଆନ୍ତେ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ବାଂଲାଦେଶରେ ତିନିଜଣ ବ୍ୟକ୍ତି କରୋନାଭାଇରସ୍ରେ ଆକ୍ରାନ୍ତ ବୋଲି ରବିବାର ଦିନ ଜଣାପଡ଼ିଛି। ତିନିଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ।