ଭୁବନେଶ୍ୱର: ମହିଳା ବିରୋଧ ହିଂସା ରୋକିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ହ୍ୱାଟସ୍ଆପ୍ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜାରି ହୋଇଥିବା ହ୍ୱାଟସ୍ଆପ୍ ନମ୍ବର ୮୭୬୩୫୪୩୦୧୩ । ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ମହିଳାଙ୍କ ଉପରେ ଘରୋଇ ହିଂସା ହେବାର ଆଶଙ୍କା କରାଯାଉଛି । ତେଣୁ ଘରୋଇ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗତକାଲି ଏହି ହ୍ୱାଟସ୍ଆପ୍ ନମ୍ବର ଜାରି ହୋଇଛି । ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ହ୍ୱାଟସ୍ଆପ୍ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ କରିପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ତାଲାବନ୍ଦ ସମୟରେ ଘରୋଇ ହିଂସା ବଢ଼ିବାର ଆଶଙ୍କା କରିଛି ।