ବାସୁଦେବପୁର: ଆଜି ଭୋର ସମୟରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବାସୁଦେବପୁର ଥାନା ଅନ୍ତର୍ଗତ କାନ୍ତିପୁରଆଡ଼ିଆ ଜଙ୍ଗଲର ଏକ ଗଛରୁ ଉକ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ଆତ୍ମହତ୍ୟା ନୁହେଁ ବରଂ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ପ୍ରାଣ ହରାଇଥିବା ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, କୁମାରପୁର ପଞ୍ଚାୟତର କାନ୍ତିପୁରଆଡ଼ିଆ ଗାମର ବେଣୁଧର ମାଝିଙ୍କ ପୁଅ କୈଳାସ(୩୮) ବେଙ୍ଗାଲୁରୁରେ ଏକ କପଡ଼ା ମିଲରେ କାମ କରନ୍ତି। କିନ୍ତୁ କରୋନା ସଂକ୍ରମଣ ସମୟରେ ଲକ୍ ଡାଉନ୍ ହେବା କାରଣରୁ ସେ ଗାଁକୁ ଚାଲି ଆସିଥିଲେ। ଏଠାରେ ସେ ସପରିବାର ରହୁଥିଲେ। ତାଙ୍କର ସ୍ତ୍ରୀ ଓ ୩ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଗତକାଲି କୈଳାସଙ୍କ ସହ ତାଙ୍କ ସାନ ଭାଇ ଓ ଦାଦାଙ୍କର ଝଗଡ଼ା ହୋଇଥିଲା।
ଗତକାଲି ସନ୍ଧ୍ୟାରେ କୈଳାସ ମାର୍କେଟକୁ ଯାଇ ଆଉ ଫେରି ନଥିଲେ। ଘର ଲୋକେ ବହୁ ଖୋଜାଖୋଜି ଥିଲେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ କାନ୍ତିପୁରଆଡ଼ିଆ ଜଙ୍ଗଲର ଏକ ଗଛରୁ ଉକ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ଆତ୍ମହତ୍ୟା ନୁହେଁ ବରଂ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି କୈଳାସଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।