ଜୟପୁର: ଯେଉଁ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀମାନେ ଅଷ୍ଟମ ଏବଂ ଦଶମ ବୋର୍ଡରେ ମାତୃଭାଷା ଓଡିଆ ପରୀକ୍ଷା ଦେଇ ନଥିଲେ, ଏବଂ ଏମାନେ ଇଂରାଜୀ ମାଧ୍ୟମ କିମ୍ବା ଅନ୍ୟ ମାଧ୍ୟମରେ ପଢ଼ିଥିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକକ ମାତୃଭାଷା ଓଡିଆ ପରୀକ୍ଷା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଯେଉଁମାନେ ଏକକ ମାତୃଭାଷା ଓଡିଆ ପରୀକ୍ଷା ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଆବେଦନ କରିଥିଲେ, ସେହି ପରୀକ୍ଷାର୍ଥୀଙ୍କ ପାଇଁ ପରିଷଦ ପକ୍ଷରୁ ଆଜି ପରୀକ୍ଷା ଆୟୋଜନ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅବିଭକ୍ତ କୋରାପୁଟ ଜିଲ୍ଲାର ୩୯୨ଜଣ ପରୀକ୍ଷାର୍ଥୀ ଦଶମ ମାତୃଭାଷା ଓଡିଆ ପରୀକ୍ଷା ଦେବା ପାଇଁ ଜୟପୁର ପୌରପାଳିକା ବାଳିକା ଉଚ୍ଚବିଦ୍ୟାଳୟ, ସରକାରୀ ଉଚ୍ଚବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏଭଳି ତିନୋଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପୌରପାଳିକା ବାଳିକା ଉଚ୍ଚବିଦ୍ୟାଳୟରେ ୧୧୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୮ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାକୁ କେନ୍ଦ୍ର ଅଧିକ୍ଷକ ପ୍ରଧାନଶିକ୍ଷକ ଦୟାନିଧି ବେହେରା, କିରାଣୀ ଦୀପକ ଷଡଙ୍ଗୀ, ଶିକ୍ଷୟତ୍ରୀ ଶାନ୍ତିଲତା ସାମନ୍ତରାୟ, ନଳିନୀ ମହାପାତ୍ର, ସରୋଜିନୀ ହୋତା, ମାଧୁରିକା ମହାପାତ୍ର, ଏମ୍.ଶ୍ରୀଦେବୀ, ପ୍ରିୟଦର୍ଶନୀ ପରିଡ଼ା, ସୁଞାନୀ ଡାକୁଆ ପରିଚାଳନା କରିଥିଲେ।
ସେଭଳି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୪୦ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୫ଜଣ ପରୀକ୍ଷା ଦେଇଥିବା କହିଛନ୍ତି କେନ୍ଦ୍ର ଅଧିକ୍ଷକ ତଥା ପ୍ରଧାନଶିକ୍ଷତ୍ରୀ ମଂଜୁବାଳା ମୁନୀ। ସେଭଳି ସରକାରୀ ଉଚ୍ଚବିଦ୍ୟାଳୟରେ ୧୪୦ ପରକ୍ଷାର୍ଥୀଙ୍କ ମଧ୍ୟରୁ ୧୩୯ଜଣ ପରୀକ୍ଷା ଦେଇଥିଲେ। ସେଭଳି ୮ମ ମାତୃଭାଷା ଓଡିଆ ପରୀକ୍ଷାରେ ୧୧ରୁ ୧୧ଜଣ ପରୀକ୍ଷା ଦେଇଥିବା କହିଛନ୍ତି ଅଧିକ୍ଷକ ତଥା ପ୍ରଧାନଶିକ୍ଷକ ଦିଲ୍ଲୀପ ପଣ୍ଡା।