ଘୁ.ଉଦୟଗିରି : ଘୁ.ଉଦୟଗିରି ବ୍ଲକ୍ ତଲାରିମାହା ପଞ୍ଚାୟତ ଡାଡିସାହି ଗ୍ରାମର ସୁରେନ୍ଦ୍ର କହଁରଙ୍କ ବାମପାର୍ଶ୍ଵ ଆଖିର ଉପରି ଭାଗରେ ଅସ୍ୱାଭାବିକ ଭାବେ ମାଂସ ପିଣ୍ଡୁଳା ବଢୁଥିବା ବେଳେ ଏବେ ଚିକିତ୍ସା ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅର୍ଥ ଅଭାବ କାରଣରୁ ସେ ଏହାର ଉପଯୁକ୍ତ ଚିକିତ୍ସା କରି ପାରୁନଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସେ ପ୍ରଶାସନ ନିକଟରେ ବହୁଥର ଗୁହାରି କରିଛନ୍ତି। ଏପରିକି କଟକ କିମ୍ବା ବ୍ରହ୍ମପୁର ମେଡ଼ିକାଲ କଲେଜରେ ତାଙ୍କ ଆଖିରେ ବଢୁଥିବା ମାଂସ ପିଣ୍ଡୁଳାର ଅସ୍ତ୍ରୋପଚାର କରିବାକୁ ଆକୁଳ ନିବେଦନ କରିଛନ୍ତି। ହେଲେ ପ୍ରଶାସନ ଏନେଇ କର୍ଣ୍ଣପାତ କରିନଥିବା ବେଳେ ସୁରେନ୍ଦ୍ରଙ୍କ ସ୍ଵାସ୍ଥ୍ୟ ସମସ୍ୟା ଏବଂ ତାଙ୍କୁ ନିଶୁକ୍ଳ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଏନେଇ ଦୈନିକ ‘ସମ୍ବାଦ’ରେ ମଧ୍ୟ ପୂର୍ବରୁ ଖବର ପ୍ରକାଶ ପାଇଛି। ଏହାସହ ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ରାଜେଶ ବଗର୍ତ୍ତି ଟ୍ୱିଟ୍ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନି। ସୁରେନ୍ଦ୍ର ସେମିତି କଷ୍ଟ ଭୋଗିବାରେ ଲାଗିଛନ୍ତି। ତାଙ୍କ ବାମ ପଟ ଆଖି ଉପର ମାଂସ ପିଣ୍ଡୁଳା ଦିନକୁ ଦିନ ବୃଦ୍ଧି ପାଇବା ସହ ଲାଗିଛି ବାମ ଆଖି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲାଣି। ତେଣୁ ତୁରନ୍ତ ସୁରେନ୍ଦ୍ରଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗେଇ ଦେବାକୁ ଦାବି ହୋଇଛି।
ପୂର୍ବବର୍ତ୍ତୀ ଖବର
ମଧ୍ୟରାତ୍ରିରେ ଏଟିଏମ୍ରୁ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିଲେ ୩୨.୨୬ ଲକ୍ଷ ଟଙ୍କା
ସମ୍ବନ୍ଧିତ ଖବର