ମୁମ୍ବାଇ: ଟାଟା ମୋଟର୍ସ ଆଜି ଏହାର ଲୋକପ୍ରିୟ ହ୍ୟାଚବ୍ୟାକ୍ ଟାଟା ଟିଆଗୋର ଇଭି ଭାରିଆଣ୍ଟ ଲଞ୍ଚ କରିଛି | ଏହାର ପ୍ରାରମ୍ଭିକ ମୂଲ୍ୟ ୮.୪୯ ଲକ୍ଷ ଟଙ୍କା ଥିବାବେଳେ ଏହା ହେଉଛି ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ | ଏହି କାରକୁ ଥରେ ଚାର୍ଜ କଲେ ୩୧୫ କିଲୋମିଟର ଯାଇପାରିବ | ଏହାର ବୁକିଂ ୧୦ ଅକ୍ଟୋବର ୨୦୨୨ରୁ ଆରମ୍ଭ ହେବ ଏବଂ ଜାନୁଆରୀ ୨୦୨୩ ରୁ ଡେଲିଭରି ଦିଆଯିବ | ମିଳିଥିବା ସୂଚନା ମୁତାବକ ଟାଟା ନେକ୍ସନ୍ ଇଭି ଏବଂ ଟାଟା ଟିଗୋର୍ ଇଭି ଭଳି ମଡେଲ ସହିତ ଦେଶରେ ଏବେ ଟାଟା ଇଭି ସେଗମେଣ୍ଟକୁ ଆଗେଇ ନେଇଛି |
Sambad is now on WhatsApp
Join and get latest news updates delivered to you via WhatsApp
Say hello to our 1st electric hatch- Tata Tiago.ev!
Introductory price starts at ₹ 8.49 Lakh* for the 1st 10,000 customers.
Out of the 10,000 customers, we have reserved 2000 only for our very own EV fam! 🫶🏻Register now: https://t.co/YfFYgiIeQx#Tiagoev #EvolveToElectric pic.twitter.com/y5aJn9nFQg
— Tata Passenger Electric Mobility Limited (@Tatamotorsev) September 28, 2022
ଇଭି ସେଗମେଣ୍ଟରେ ଟାଟା ଟିଆଗୋ ଭାରତର ପ୍ରଥମ ପ୍ରିମିୟମ ହ୍ୟାଚବ୍ୟାକ୍ ହୋଇପାରିଛି | ଡିସି ଫାଷ୍ଟ ଚାର୍ଜର ସହିତ ଟିଆଗୋ ବ୍ୟାଟେରୀକୁ ୮୦% ଚାର୍ଜ କରିବାକୁ ୫୭ ମିନିଟ୍ ସମୟ ଲାଗିବ | ଟିଆଗୋରେ ୮ ଟି ସ୍ପିକର ସିଷ୍ଟମ୍, ବର୍ଷା ସେନ୍ସିଂ ୱାଇପର, କ୍ରୁଜ୍ କଣ୍ଟ୍ରୋଲ୍, ପୁସ୍ ବଟନ୍ ଷ୍ଟାର୍ଟ / ଷ୍ଟପ୍ ସୁବିଧା ଦିଆଯାଇଛି | କମ୍ପାନି ପକ୍ଷରୁ ଦାବି ଅନୁଯାୟୀ, ଏହି ଇଭିରେ ୧,୬୦,୦୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାଟେରୀ ଏବଂ ମୋଟର ୱାରେଣ୍ଟି ଉପଲବ୍ଧ ହେବ | ଟାଟା ଟିଆଗୋ ଇଭିରେ ଦୁଇଟି ଡ୍ରାଇଭିଂ ମୋଡ୍ ଉପଲବ୍ଧ ହେବ |