କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଘରେ ସିବିଆଇ ଅନାଧିକାର ପଶିବା ଘଟଣା ନେଇ କମିଶନରେଟ ପୁଲିସ ବୁଧବାର ମାମଲା ରୁଜୁ କରିଛି। କମିସନରେଟ ପୁଲିସ ନିଜ ପକ୍ଷରୁ ସିବିଆଇ ବିରୋଧରେ କଟକର କ୍ୟଣ୍ଟେନମେଣ୍ଟ ଥାନାରେ ମାମଲା ରୁଜୁ କରିଛି। ଡ୍ୟୁଟିରେ ଥିବା ହୋମ୍ ଗାର୍ଡଙ୍କ ବୟାନକୁ ନେଇ ସିବିଆଇ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଚାରପତିଙ୍କ ଘରେ ସିବିଆଇ ପ୍ରବେଶ ନେଇ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସିବିଆଇର କାର୍ଯ୍ୟକଳାପକୁ କଡ଼ା ବିରୋଧ କରି ହାଇକୋର୍ଟ ବାର ଆସୋସିଏସନ୍ କଠୋର ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ଓକିଲଙ୍କ ନିଷ୍ପତ୍ତି ଅନୁସାରେ ଗୁରୁବାର ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ପରବର୍ତ୍ତି ପଦକ୍ଷେପ ପାଇଁ ପୁଣି ବୈଠକ ବସାଇବାକୁ ବାର ଆସୋସିଏସନ୍ ନିଷ୍ପତି ନେଇଛି। ଅବସରପ୍ରାପ୍ତ ବିଚାରତପତିଙ୍କୁ ଖୋଜୁଥିବା ବେଳେ ସିବିଆଇ ନିଜର ଭୁଲ ଜାଣିପାରି ଫେରି ଯାଇଥିଲା।
ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣା ନେଇ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୁଲିସ କମିସନର ଓ୍ଵାବି ଖୁରାନିଆ ହାଇକୋର୍ଟର ମୁଖ୍ୟ ବିଚାରପତି ବୀନିତ ଶରଣଙ୍କୁ ସାକ୍ଷାତ କରିଥିଲେ।