ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଇନ୍ଦିରା ଗାନ୍ଧୀ ପାର୍କରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଧର ଶତପଥୀ ‘ପ୍ରଭୁ ମେରେ ଦିଲ୍ ମୋ ଗୀତ’ ପରିବେଷଣ କରିଥିଲେ ଓ ବିଜୟାନନ୍ଦ ନାୟକ ଏହାର ସଂଯୋଜନା କରିଥିଲେ। ‘ରାତ କଟେନା ସଜନା’, ‘ଏ ଇସ୍କ ହମେ ବରବାଦ ନା କରେ’ ପରି ଅନେକ ଗୀତ ପରିବେଷଣ କରାଯାଇଥିଲା।