ବୌଦ୍ଧ: ବୌଦ୍ଧ ସଦର ବ୍ଲକ୍ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଛି। ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ମୁଖ୍ୟ ଅତିଥି ଓ କ୍ରୀଡ଼ା ସଂସଦ ସଂପାଦକ ରବୀନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗୁରୁବାର ଉତ୍ସବକୁ ଉଦ୍ଘାଟନ କରିଥିଲେ। ଶୁକ୍ରବାର ବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୬ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ୱାଧୀନ ବିଶ୍ବାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ, ପରିଚାଳନା କମିଟି ସଦସ୍ୟ କୃତ୍ତିବାସ ପଲିଆ, କ୍ରୀଡ଼ା ଶିକ୍ଷକ ହିମାଂଶୁ ଶେଖର ମାଝୀ ମଞ୍ଚାସୀନ ଥିଲେ। ଅଧ୍ୟାପକ ଜେନୀ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଦଶରଥ ଭୋଇ, କୃଷ୍ଣଚନ୍ଦ୍ର ସେଠୀ ଓ ବନ୍ଦିତା ବିଶ୍ବାଳ କ୍ରୀଡ଼ା ପରିଚାଳନା କରିଥିଲେ। ଉତ୍ସବ ପରିଚାଳନାରେ ଦିଲୀପ ନାଗ, ବାଳଗୋପାଳ ନାଗ, ସୋନାଲିକା ଦାଶ, ଆରାଧନା ସାହୁ, ପ୍ରଜ୍ଞା ପ୍ରକାଶିନୀ ବେହେରା, ସୁଚିଶ୍ମିତା ସୁବୁଦ୍ଧି, ମନୋଜ ପ୍ରଧାନ, ବିମଳ ମଲ୍ଲିକ, ପ୍ରଣୟ ସାହୁ ଓ କାର୍ତ୍ତିକେଶ୍ୱର ବେହେରା ସହଯୋଗ କରିଥିଲେ।