ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକର ମହୀଶୂରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ। ଏହି ରାଲିରେ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। କାରଣ ପ୍ରଧାନମନ୍ତ୍ରୀ ରାଲିରେ ବ୍ୟସ୍ତ ଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ ଓ ବିଜେପି କର୍ମୀ ଉପସ୍ଥିତ ରହିଥିଲେ। ଲୋକେ ବିଜେପି ପତାକା ଧରିଥିବା ବେଳେ ଫୁଲ ଫିଙ୍ଗୁ ଥିଲେ । ଏହି ସମୟରେ ଜଣେ ମହିଳା ଫୁଲ ସହିତ ମୋଦୀଙ୍କ ଉପରକୁ ଫୋନ ପିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ଫୋନଟି ଗାଡ଼ିର ବୋନଟରେ ବାଜି ତଳେ ପଡ଼ିଯାଇଥିଲା। ଏହି ଘଟଣା ଦେଖି ମୋଦୀ ମଧ୍ୟ କ’ଣ ଗୋଟେ ପଡ଼ିଲା ବୋଲି ତାଙ୍କ ଅଧିକାରୀଙ୍କୁ ଇଙ୍ଗିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ପୁଲିସ ଉକ୍ତ ମହିଳାଙ୍କୁ ସଙ୍ଗେସଙ୍ଗେ କାବୁ କରି ନେଇଥିଲେ। ଆଉ ମହିଳାଙ୍କୁ ଏପରି କାହିଁକି କଲ ବୋଲି ପଚାରିବାରୁ ସେ କହିଥିଲେ, ‘ମୁଁ ଜଣେ ବିଜେପି କର୍ମୀ। ମୋବାଇଲ ଫିଙ୍ଗିବା ପଛରେ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ଅଧିକ ଉତ୍ସାହିତ ହୋଇ ଫୁଲ ସହିତ ଭୁଲରେ ମୋବାଇଲ ଫୋନ୍ଟିକୁ ମୋଦୀଙ୍କ ଆଡକୁ ଫିଙ୍ଗି ଦେଇଥିଲି।’
ପଚରାଉଚରା ପରେ ଉକ୍ତ ମହିଳାଙ୍କୁ ତାଙ୍କ ମୋବାଇଲ ଫେରାଇ ଦିଆଯାଇଥିଲା। ତଥାପି ଆମେ ଉକ୍ତ ମହିଳାଙ୍କୁ ସମନ ଜାରି କରିଛୁ। ସେ ମଙ୍ଗଳବାର ଥାନାରେ ପହଞ୍ଚିବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଏଡିଜିପି କହିଛନ୍ତି।