ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ବଦଳାଇ ହେବ: ହାଇକୋର୍ଟ

ନୂଆଦିଲ୍ଲୀ: ବିନା ପରିଚୟପତ୍ରରେ ଲୋକମାନେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆକୁ ବ୍ୟାଙ୍କରେ ବଦଳାଇ ଅନ୍ୟ ନୋଟ୍‌ ନେଇପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏସଂକ୍ରାନ୍ତରେ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟ ଦାଖଲ କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଚଳିତ ମାସ ୨୩ରେ ଏହି ମାମଲାର ଶୁଣାଣି କରି ରାୟକୁ ହାଇକୋର୍ଟ ସଂରକ୍ଷିତ ରଖିଥିଲେ। ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଆଉ ଏକ ଜନସ୍ବାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି। ସେଥିରେ ଦାବି କରାଯାଇଛି ଯେ ୨୦୦୦ ଟଙ୍କିଆକୁ ପ୍ରଚଳନରୁ ପ୍ରତ୍ୟାହାର କରିବାର ଅଧିକାର ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ।

ସମ୍ବନ୍ଧିତ ଖବର