ମହଙ୍ଗା ହେଲା ଏୟାରଟେଲର ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କୁ ଜୋରଦାର ଝଟକା ଦେଇଛି । କଂପାନି ନିଜର ଦୁଇଟି ରିଚାର୍ଜ ପ୍ଲାନକୁ ମହଙ୍ଗା କରିଦେଇଛି । ଏହି ଦୁଇଟି ଯାକ ପ୍ରିପେଡ୍ ପ୍ଲାନ୍ । ଏୟାରଟେଲ ୧୧୮ ଟଙ୍କା ଏବଂ ୨୮୯ ଟଙ୍କାର ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି । ଏହା ଏକ ୪ଜି ଡାଟା ଭାଉଚର ପ୍ଲାନ । ଏଭଳି ସ୍ଥିତିରେ ଏବେ ଆପଣଙ୍କୁ ୧୧୮ ଟଙ୍କିଆ ପ୍ଲାନ ପାଇଁ ୧୨୯ ଟଙ୍କା ଚାର୍ଜ ଦେବାକୁ ପଡିବ । ସେହିପରି ୨୮୯ ଟଙ୍କିଆ ପ୍ରିପେଡ୍ ପ୍ଲାନ ପାଇଁ ଆପଣଙ୍କୁ ୩୨୯ ଟଙ୍କା ଦେବାକୁ ପଡିବ । ଏୟାରଟେଲ ୱେବସାଇଟ ଏବଂ ମୋବାଇଲ ଆପରେ ଏହି ରିଚାର୍ଜ ପ୍ଲାନ ଲାଇଭ ହୋଇଛି ।

ଟେଲିକମ ଟକ୍ ର ରିପୋର୍ଟ ଅନୁଯାୟୀ, ଏୟାରଟେଲ ଏହାର ହାରାହାରି ରାଜସ୍ୱ ଉପରେ ଉପଭୋକ୍ତା ଅର୍ଥାତ ଏଆରପିୟୁ ବୃଦ୍ଧି କରିବାକୁ ଚାହୁଁଛି । ଏହି କାରଣରୁ ଏୟାରଟେଲ ଭଲ ରିଟର୍ଣ୍ଣ ପାଇଁ ନିଜର ପ୍ଲାନ ଉପରେ କାମ କରୁଛି । ଏହି ପ୍ଲାନ୍ ଅଧୀନରେ ଏୟାରଟେଲ୍ ନିଜର ଦୁଇଟି ପ୍ଲାନର ମୂଲ୍ୟ ବୃଦ୍ଧି କରିଛି।

୩୨୯ ଟଙ୍କିଆ ପ୍ଲାନର ବୈଧତା ୩୫ ଦିନ ରହିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୪ ଜିବି ଡାଟା ମିଳିବ । ଏଥିସହ ଅସୀମିତ କଲିଂ ଏବଂ ୩୦୦ ଏସଏମଏସ ମଧ୍ୟ ଦିଆଯାଉଛି । ୧୨୯ ଟଙ୍କିଆ ପ୍ଲାନରେ ମୋଟ ୧୨ ଜିବି ଡାଟା ମିଳୁଛି । ଏହା ବ୍ୟତୀତ କଲିଂ ଏବଂ ମେସେଜିଂ ଭଳି କୌଣସି ସୁବିଧା ଏହି ପ୍ଲାନରେ ଉପଲବ୍ଧ ନାହିଁ ।

ସମ୍ବନ୍ଧିତ ଖବର