ରାଜ୍ୟ‌େର ବର୍ଷକୁ ୬୦୦ କୋଟିର ଆଇଟି ଉତ୍ପାଦ ବିକ୍ରି

ଭୁବନେଶ୍ବର: ଇ-କମର୍ସ ସଂସ୍ଥାଗୁଡ଼ିକର ଆଗମନ ପରେ ଷ୍ଟୋର୍‌ରେ କମ୍ପ୍ୟୁଟର ଓ ଆଇଟି ଉତ୍ପାଦ ବିକ୍ରି ବିଶେଷ ପ୍ରଭାବିତ ହୋଇନାହିଁ। ଏବେବି ରାଜ୍ୟରେ ବର୍ଷକୁ ୬୦୦ କୋଟିରୁ ଅଧିକ ଟଙ୍କାର ଆଇଟି ଉତ୍ପାଦ ବିକ୍ରି ହେଉଛି। ବାର୍ଷିକ ୧୦% ହାରରେ ଏହି କାରବାର ଆଗକୁ ବଢ଼ୁଛି ବୋଲି ଓଡ଼ିଶା ଆଇଟି ସଂଘ (ଇଟାଓ) ପକ୍ଷରୁ କୁହାଯାଇଛି। ରାଜ୍ୟରେ ୫୦୦ରୁ ଅଧିକ ‌ଷ୍ଟୋର୍‌ ରହିଛି ଯେଉଁଠାରେ କେବଳ ଆଇଟି ଉତ୍ପାଦ ବିକ୍ରି ହେଉଛି। ସେଥି ମଧ୍ୟରୁ ୧୦୦ରୁ ଅଧିକ ଷ୍ଟୋର୍‌ କେବଳ ଭୁବନେଶ୍ବରରେ ରହିଛି। ବିକ୍ରି କ୍ଷେତ୍ରରେ ‌ଷ୍ଟୋର୍‌ଗୁଡ଼ିକର ପ୍ରଦର୍ଶନ ବହୁତ ଭଲ ରହିଛି। ଅନଲାଇନ୍ ବଜାର ତୁଳନାରେ ଗ୍ରାହକମାନେ ସେହି ଉତ୍ପାଦକୁ ଷ୍ଟୋର୍‌ରେ ପାଇପାରୁଛନ୍ତି। ସେଥିପାଇଁ ଷ୍ଟୋର୍‌ଗୁଡ଼ିକରେ ଗ୍ରାହକ ଆଗମନ ବଢ଼ିଥିବା ଇଟାଓ ପକ୍ଷରୁ କୁହାଯାଇଛି।ରାଜ୍ୟର ଡିଲର୍‌ଗୁଡ଼ିକୁ ସଦ୍ୟତମ ଆଇଟି ଉତ୍ପାଦଗୁଡ଼ିକ ବିଷୟରେ ଅବଗତ କରିବା ପାଇଁ ଇଟାଓ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ୧୦ ଓ ୧୧ରେ ସ୍ବସ୍ତି ଚିଲିକା ରିସୋର୍ଟରେ ଆଇଟି ମନ୍ଥନ ନାମକ କନ୍‌କ୍ଲେଭ୍ ଆୟୋଜନ କରାଯିବ। ସେଠାରେ ୨୦୦ରୁ ଅଧିକ ଡିଲର୍‌ ଭାଗ ନେବେ।

ସମ୍ବନ୍ଧିତ ଖବର