ଏଣିକି ଆକାଶମାର୍ଗରୁ ଆପଣଙ୍କ ଘରେ ଓହ୍ଲାଇବ ମନପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ : ଏଣିକି ଆପଣ ନିଜ ମନପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା କଲେ ତାହା ଆକାଶ ମାର୍ଗରୁ ସିଧାସଳଖ ଆପଣଙ୍କ ଘରେ ଓହ୍ଲାଇବ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ ହେବାକୁ ଯାଉଛି । ଫୁଡ ଜେଲିଭରୀ କମ୍ପାନି ଜୋମାଟୋ ଏହା ସାକାର କରିବାକୁ ଯାଉଛି ।

ଜୋମାଟୋ ଆଗାମୀ ଦିନରେ ଡ୍ରୋନ ମାଧ୍ୟମରେ ଗ୍ରାହକଙ୍କ ଘରକୁ ଖାଦ୍ୟ ପ୍ରେରଣ କରିବ । ଏଥିପାଇଁ କମ୍ପାନି ଲକ୍ଷ୍ନୌ ଭିତ୍ତିକ ଷ୍ଟାର୍ଟ ଅପ ଟେକଇଗଲ ଇନୋଭେସନ୍ସକୁ ଅଧିଗ୍ରହଣକରିଛି । ଟେକଇଗଲ ମୁଖ୍ୟତଃ ଡ୍ରୋନ ଟେକନଲୋଜୀ ଉପରେ କାର୍ଯ୍ୟ କରେ । ତେବେ କମ୍ପାନି କେତେ ଅର୍ଥ ବିନିମୟରେ ଏହି ଅଧିଗ୍ରହଣ କରିଛି ତାହା ପ୍ରକାଶ କରିନାହିଁ ।

ଏ ସଂପର୍କରେ ଜୋମାଟୋର ପ୍ରତିଷ୍ଠାତା ତଥା ସିଇଓ ଦିପିନ୍ଦର ଗୋଏଲ କହିଛନ୍ତି ଯେ ଆମେ ଏବେ ଆମ ସେବାରେ ଟେକନଲୋଜୀର ବ୍ୟାପକ ପ୍ରୟୋଗ କରୁଛୁ । ଆମର ଉଦ୍ୟମ ସଫଳ ହେଲେ ଆଗାମୀ ଦିନରେ ଗ୍ରାହକମାନେ ମୋବାଇଲ ବା ଅନଲାଇନରେ ଅର୍ଡର କଲେ ଡ୍ରୋନ ଖାଦ୍ୟ ନେଇ ପହଞ୍ଚାଇବ । ଏପରିକି ଏକ ରୋବୋର୍ଟ ଆପଣଙ୍କ ଦ୍ୱାର ମୁହଁରେ ଖାଦ୍ୟ ନେଇ ଛିଡା ହୋଇଥିବା ଅସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର