ପ୍ରଜାପତି ବିଶ୍ୱକର୍ମା ସୂର୍ଯ୍ୟଙ୍କୁ ସମସ୍ତ ଦୃଷ୍ଟିରୁ ସୁଯୋଗ୍ୟ ମନେକରି ନିଜ କନ୍ୟା ସନ୍ଧ୍ୟାଙ୍କ ସହିତ ସୂର୍ଯ୍ୟଙ୍କର ବିବାହ କରାଇଥିଲେ।ସନ୍ଧ୍ୟାଙ୍କ ଔରସରୁ ସୂର୍ଯ୍ୟଙ୍କର ଦୁଇ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ସେମାନେ ହେଲେ ମନୁ ଓ ଯମ । ତାଙ୍କର ଏକ କନ୍ୟା ସନ୍ତାନ ଯମୁନା ମଧ୍ୟ ଥିଲେ। ପରେ ସୂର୍ଯ୍ୟଙ୍କ ତେଜ ନ ସହି ପାରିବା କାରଣରୁ ସଂଜ୍ଞା ନିଜର ଛାୟାକୁ ପ୍ରାଣବାନ୍ କରି ସୂର୍ଯ୍ୟଦେବଙ୍କ ସନ୍ନିକଟରେ ରହିବା ଲାଗି ଆଜ୍ଞା ଦେଇଥିଲେ ଏବଂ ନିଜେ ଏକାନ୍ତ ବାସରେ ରହିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମୟକ୍ରମେ ଛାୟାଙ୍କ ଔରସରୁ ତିନି ସନ୍ତାନ ଜାତ ହେଲେ। ଏମାନେ ହେଲେ ଦୁଇପୁତ୍ର ସାବର୍ଣ୍ଣୀ ମନୁ ଓ ବନି ଏବଂ କନ୍ୟା ତପସୀ(ତାପ୍ତୀ ନଦୀ)।ଭଗବାନ ସୂର୍ଯ୍ୟଙ୍କ ପରିବାର କଥା ଭବିଷ୍ୟ,ମତ୍ସ୍ୟ,ପଦ୍ମ,ବ୍ରହ୍ମା ଓ ମାର୍କଣ୍ଡେୟ ତଥା ଶାମ୍ବ ପୁରାଣରେ ବର୍ଣ୍ଣିତ ହୋଇଛି।
ବ୍ରହ୍ମା,ବିଷ୍ଣୁ ଓ ମହେଶ ଆଦି ଦେବଗଣ ବିନା ସାଧନ ଓ ଭଗବତ୍ କୃପାର ପ୍ରତ୍ୟକ୍ଷ ଦର୍ଶନ ହେବା ସମ୍ଭବ ନୁହେଁ। ଶାସ୍ତ୍ରର ଆଜ୍ଞାନୁଯାୟୀ କେବଳ ଭାବନା ଦ୍ୱାରା ହିଁ ଧ୍ୟାନ ଓ ସମାଧି ଦ୍ୱାରା ଏହାର ଅନୁଭବ ହୋଇପାରେ। କିନ୍ତୁ ଭଗବାନ ସୂର୍ଯ୍ୟ ପ୍ରତିଦିନ ସମସ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ହୋଇଥାଆନ୍ତି। ଏଥିପାଇଁ ସଂସାରର ପ୍ରତ୍ୟକ୍ଷ ଦେବତା ଭାବେ ଭଗବାନ ସୂର୍ଯ୍ୟଦେବ ସମସ୍ତଙ୍କର ପୂଜନୀୟ। ବେଦ,ପୁରାଣ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ମାନଙ୍କରେ ପ୍ରତିଦିନ ସୂର୍ଯ୍ୟଙ୍କର ଆରାଧନା କରାଯିବାର ନିର୍ଦ୍ଦେଶ ରହିଛି।