ଭୁବନେଶ୍ବର: ଦିଲ୍ଲୀଭିତ୍ତିକ ଇନ୍ଦିର ଗ୍ୟାସ ଆଣ୍ଡ୍ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ ଓଡ଼ିଶାରେ ଏହାର ଏଲ୍ପିଜି ସେବା ଆରମ୍ଭ କରିଛି। ଇନ୍ଦିରା ଗ୍ୟାସ ନାମରେ ଏହା ଆରମ୍ଭ କରାଯାଇଛି। ୨୦୨୧ ଜାନୁଆରିରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନି ଡୋମେଷ୍ଟିକ ବର୍ଗରେ ୧୪ କିଗ୍ରା ଏବଂ ବାଣିଜ୍ୟିକ ବର୍ଗରେ ୫ କିଗ୍ରା, ୧୨ କିଗ୍ରା ଏବଂ ୧୭ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ପ୍ରଦାନ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଦାୟିତ୍ବରେ ଥିବା କମ୍ପାନିର ଅଞ୍ଜଳି ଅଗ୍ରୱାଲ କହିଛନ୍ତି, ରାଜ୍ୟରେ ଡିଲର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଡିଲର ନିଯୁକ୍ତ ହେବେ। କୋଲକାତା ଓ ମଥୁରା ପ୍ଲାଣ୍ଟରୁ କମ୍ପାନି ଓଡ଼ିଶାକୁ ଗ୍ୟାସ ଯୋଗାଇ ଦେବ। ଏହାବାଦ୍ କମ୍ପାନି ଅନୁଗୁଳଠାରେ ଏକ ବଟଲିଂ ପ୍ଲାଣ୍ଟ ସ୍ଥାପନ କରିବା ଯୋଜନା ରଖିଛି। ତେଣୁ ୩ରୁ ୪ ମାସ ମଧ୍ୟରେ ଏହି ପ୍ଲାଣ୍ଟରୁ ସାରା ରାଜ୍ୟକୁ ଗ୍ୟାସ ଯୋଗାଇ ଦିଆଯିବ। ଡିଲର ଓ ଡିଷ୍ଟ୍ରିବ୍ୟୁଟର ପାଇଁ ଆଗ୍ରହୀ ବ୍ୟକ୍ତିମାନେ କମ୍ପାନି ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।