ଅଧଘଣ୍ଟାରୁ ବି କମ୍‌ ସମୟରେ ଡେଲିଭରି ହେବ ଆଇଫୋନ୍‌ ୧୪

ମୁମ୍ବାଇ: ଯଦି ଆପଣ ଦୀର୍ଘ ସମୟରୁ ଆଇଫୋନ୍‌ ୧୪ ପାଇଁ ଅପେକ୍ଷା କରିଛନ୍ତତ ତ ଆପଣଙ୍କ ଅପେକ୍ଷାର ଅନ୍ତଃ ଘଟିଲା ବୋଲି ଜାଣନ୍ତୁ। କାରଣ ଏବେ ରାଜଧାନୀ ଦିଳ୍ଲୀ ଓ ମୁମ୍ବାଇରେ ଆଇଫୋନ୍‌ ୧୪ ଉପଲବ୍ଧ। ଖାଲି ସେତିକି ନୁହେଁ, ଏହି ନୂଆ ଫୋନ୍‌ଟିକୁ କିଣିବା ପାଇଁ ମୁମ୍ବାଇ କିମ୍ବା ଦିଲ୍ଲୀ ବାସିନ୍ଦାଙ୍କୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ବରାଦ ଦେଲେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଆସି ଘରେ ପହଞ୍ଚିବ ଫୋନ୍‌।

ଜାଣିବାକୁ ମିଳିଛି ଯେ ଜୋମାଟୋର ସବ୍‌ ବ୍ରାଣ୍ଡ୍‌ ବ୍ଲିଙ୍କିଟ୍‌ ଏବେ ଆପେଲ୍‌ ରିସେଲର୍‌ ୟୁନିକର୍ଣ୍ଣ ସହ ସହଭାଗିତା କରିଛି। ଏହି ସେବାର ଲାଭ ଉଠାଇ ପାରିବେ ମୁମ୍ବାଇ ଓ ଦିଲ୍ଲୀ ବାସିନ୍ଦା। ଏହି ସେବା ଖୁବ୍ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳରେ ବି ଉପଲବ୍ଧ ହେବ ବୋଲି ସୂଚନା ରହିଛି। ପୂର୍ବରୁ ବ୍ଲିଙ୍କିଟ୍‌ ତେଜରାତି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଆସୁଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଡେଲିଭରି ଠିକଣା ନିକଟରେ ଯଦି ଷ୍ଟୋର୍‌ ଥାଏ ତେବେ, ବରାଦର ମାତ୍ର କିଛି ସମୟ ମଧ୍ୟରେ ହିଁ ଗ୍ରାହକଙ୍କୁ ଡେଲିଭରି କରି ଦିଆଯିବ।

ଯଦି ଆପଣ ଦୀର୍ଘ ସମୟରୁ ଆଇଫୋନ୍‌ ୧୩ କିଣିବାକୁ ଅପେକ୍ଷା କରିଛନ୍ତି ତାହାଲେ ବି ଆପଣଙ୍କ ପାଇଁ ଖୁସି ଖବର ଅଛି। ଆଗାମୀ ସେଲ୍‌ରେ ଏହି ଫୋନ୍‌ ଆପଣଙ୍କୁ ସବୁଠାରୁ ଶସ୍ତାରେ ମିଳିବାକୁ ଯାଉଛି। ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ଉଭୟ ସେମାନଙ୍କ ସେଲ୍‌ର ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧିତ ଖବର