ଓଡ଼ିଶାରେ ଅଧିକ ୪ଜି ସ୍ପେକ୍ଟ୍ରମ୍ ଯୋଡ଼ିଲା ଜିଓ

ଭୁବନେଶ୍ବର: ମୁକେଶ ଅମ୍ବାନିଙ୍କ ମାଲିକାନାରେ ଥିବା ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଓଡ଼ିଶାରେ ଅତିରିକ୍ତ ୨୦ ମେଗାହର୍ଚ ସ୍ପେକ୍ଟ୍ରମ୍ ‌ଯୋଡ଼ିଛି। ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ କଂପାନି ଓଡ଼ିଶା ପାଇଁ ୧୦୦ ମେଗାହର୍ଚ ଓ ୧୮୦୦ ମେଗାହର୍ଚ ବ୍ୟାଣ୍ଡ୍‌ରେ ୫ ମେଗାହର୍ଚ ଲେଖାଏଁ ଓ ୨୩୦୦ ମେଗାହର୍ଚ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଚର ସ୍ପେକ୍ଟ୍ରମ୍ ହାସଲ କରିଥିଲା। ରାଜ୍ୟରେ ଥିବା ୧୦ ହଜାରରୁ ଅଧିକ ନେଟ୍‌ୱର୍କ ସ୍ଥଳ‌ରେ କଂପାନି ଏହି ସମସ୍ତ ସ୍ପେକ୍ଟ୍ରମ୍‌କୁ ବ୍ୟବହାର କରିଛି।

ଏଥି ସହିତ ଓଡ଼ିଶାରେ ବ୍ୟବହାର ଲାଗି ଜିଓ ପାଖରେ ଉପଲବ୍ଧ ଥିବା ମୋଟ ସ୍ପେକ୍ଟ୍ରମ୍ ୬୦ ମେଗାହର୍ଜରେ ପହଂଚିଛି ଯେଉଁଥିରେ ସାମିଲ ରହିଛି ୮୦୦ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ଲେଖାଏଁ ସ୍ପେକ୍ଟ୍ରମ୍ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ । ସ୍ପେକ୍ଟ୍ରମ୍‌ରେ ଏହିଭଳି ବ୍ୟାପକ ବୃଦ୍ଧି ଜିଓକୁ ନିଜ ନେଟ୍‌ୱର୍କକୁ ଅଧିକ ସୁଦୃଢ କରିବାରେ ସହାୟକ ହେବା ସହିତ ସାରା ଓଡ଼ିଶାର ଜିଓ ଗ୍ରାହକମାନଙ୍କ ପାଇଁ ମୋବାଇଲ୍ ବ୍ୟବହାର ଅନୁଭୂତିକୁ ବହୁଗୁଣା ସମୃଦ୍ଧ କରିବ । ରାଜ୍ୟରେ ୧.୪ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ସହିତ ରିଲାଏନ୍ସ ଜିଓ ଓଡିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି।

ସମ୍ବନ୍ଧିତ ଖବର